ମୁଁ ହିଁ ତୁମର ତୁମେ ହିଁ ମୋର
ମୁଁ ହିଁ ତୁମର ତୁମେ ହିଁ ମୋର


ସପନର ଝୁଲଣାରେ
ପ୍ରେମର ତରଙ୍ଗରେ
ଭଲ ପାଏ ତୁମକୁ ମୁଁ ଏତେ ଯେ
କହିଲେ ବି ସରିବ ନାହିଁ କେବେ ।
ହୃଦୟର ସ୍ପନ୍ଦନ ରେ
ନାମ ଗୋଟିଏ ହିଁ ଥାଏ ସବୁବେଳେ
ହୃଦୟ ରେ ଗୀତ ଗାଉ ଥାଅ ତୁମେ
ପ୍ରେମର ସ୍ୱର ଆଉ ଲୟ ତାଳରେ ।
ମୋ ଆଖିର ନୟନରେ
ସପନର ତରଙ୍ଗରେ
ନାଚି ଉଠେ ସବୁବେଳେ
ମୋ ପ୍ରେମର ପ୍ରତୀକ ସାଜିଛି ତୁମ ଚେହେରା ଯେ ।
ଇଚ୍ଛା ହୁଏ ତୁମ ସହ କଥୋପକଥନ କରିବା ପାଇଁ
ଦେଖି ରହିବା ତୁମକୁ ପାଇଁ
ପ୍ରେମର ସୁଅରେ ଭାସି ଯିବା ପାଇଁ
ତୁମ ସହ ମିତ ହୋଇ ରହିବା ପାଇଁ ।
ତୁମର ସ୍ପର୍ଶରେ
ଖେଳିଯାଏ ଶୀତଳତାର ପବନ ମୋ ତନୁରେ
ବୁଡି ଯାଏ ପ୍ରେମର ମଧୁରେ
ଭଅଁର ସାଜି ମୋତେ କରୁଛ ପ୍ରେମ ।
ଇଚ୍ଛା ହୁଏ ପ୍ରେମର ଗୀତ ଗାଇବି
ଚାନ୍ଦିନୀ ରାତିରେ ତୁମ ହାତ ଧରି
ଭାସି ଯିବି ତୁମ ସହ ବାଦଲରେ ବସି
ଜହ୍ନର ଛାତିରେ ଲେଖିବା ଆମ ପ୍ରେମର ଗୀତି ।
ମନ କୁହେ ମୋତେ ଗୋଟିଏ କଥା ସବୁବେଳେ
ତୁମେ ହିଁ କେବଳ ମୋର ଯେ
ଆଉ ମୁଁ ହିଁ ତୁମର ତୁମେ ହିଁ ମୋର
ଏହା ହିଁ ପ୍ରତିଶୃତି ଆମ ପ୍ରେମର ।