- ଅଭିମାନୀ ଭକ୍ତ -
- ଅଭିମାନୀ ଭକ୍ତ -
ଆଖି ଯଦି ଥାଇ ଅନ୍ଧ ମୁଁ ହୋଇଛି
ସେସବୁ ତୁମରି ଦାନ,
ଯଦି ପାଦ ଥାଇ ପଙ୍ଗୁ ମୁଁ ହୋଇଛି
ସବୁ ତୁମ ଅବଦାନ ।
ମୋ ଗୋଲାପି ଓଠେ ହସ ଯେବେ ଫୁଟେ
ଭାବେ ତୁମେ ପାଖେ ଅଛ,
ମୋ ପାଦରେ ଯେବେ କଣ୍ଟା ଟିଏ ଫୁଟେ
ଭାବେ ମନେ ପକାଉଛ ।
ଯେତେ ସବୁ ଇଛା ଦେଇଛ ଅଜାଡି
କରିନି ମୁଁ ଅଭିମାନ ।
ଖୋଜିତ ପାଇଛି ସାଗରେ ମୋତିକୁ
ଶାମୁକା ଦେଇଛ ଦାନ,
ଶାମୁକା ରେ ମୋତି ଅଛି ବୋଲି ସିନା
ମୋତି ଆଜି ମୂଲ୍ୟବାନ
କେମିତି କହିବି ତୁମେ ନାହଁ ବୋଲି
ମୋ ଅନ୍ତରେ ବିଦ୍ୟମାନ।
