ଅଭିମାନ
ଅଭିମାନ
କରିବିନି ଆଉ
କେବେ ବି ଅଯଥା ଅଭିମାନ
ସୁଖକୁ ଦେବିନି ଆଉ ଆଗୁଆ ନିମନ୍ତ୍ରଣ
ମୋ ଘର କୋଣରେ
ବସା ବାନ୍ଧି ରହିଥିବା
ଦୁଃଖକୁ ବି
ଆଉ ଖୋସାମତ କରବିନି
ମୋତେ ନ କନ୍ଦେଇବାକୁ
କରବିନି ଆଉ ପୁନେଇଁ ଜହ୍ନର ଅପେକ୍ଷା
ଆଉ ସୁରୁଜର ପହିଲି କିରଣର
ମନେଇ ପାରିବିନି ଆଉ ଦୁଷ୍ଟ ନିଦକୁ
ହେଲିଣି ହଇରାଣ
ଅମାନିଆ ଓଦା ଆଖି ମାନଙ୍କ
ଝରଣା ପରି ଝରୁଥିବା ଲୁହ ପୋଛି ପୋଛି
ଦେବିନି କଥା ଆଉ ରାଣ ଦେଇ
ସହିଯିବି ମରି ମରି ଜିଇଁବାର ଯନ୍ତ୍ରଣା
କରିବିନି ଆଉ ଅଭିମାନ
ରଖିବି କଥା ମୋର
କରିବିନି ଆଉ କାହାକୁ ବି ହଇରାଣ l
