STORYMIRROR

Ghanashyam Biswal

Tragedy Others

2  

Ghanashyam Biswal

Tragedy Others

ଅଭିମାନ

ଅଭିମାନ

1 min
260

କରିବିନି ଆଉ

କେବେ ବି ଅଯଥା ଅଭିମାନ

ସୁଖକୁ ଦେବିନି ଆଉ ଆଗୁଆ ନିମନ୍ତ୍ରଣ

ମୋ ଘର କୋଣରେ

ବସା ବାନ୍ଧି ରହିଥିବା

ଦୁଃଖକୁ ବି

ଆଉ ଖୋସାମତ କରବିନି

ମୋତେ ନ କନ୍ଦେଇବାକୁ

କରବିନି ଆଉ ପୁନେଇଁ ଜହ୍ନର ଅପେକ୍ଷା

ଆଉ ସୁରୁଜର ପହିଲି କିରଣର

ମନେଇ ପାରିବିନି ଆଉ ଦୁଷ୍ଟ ନିଦକୁ

ହେଲିଣି ହଇରାଣ

ଅମାନିଆ ଓଦା ଆଖି ମାନଙ୍କ

ଝରଣା ପରି ଝରୁଥିବା ଲୁହ ପୋଛି ପୋଛି

ଦେବିନି କଥା ଆଉ ରାଣ ଦେଇ

ସହିଯିବି ମରି ମରି ଜିଇଁବାର ଯନ୍ତ୍ରଣା

କରିବିନି ଆଉ ଅଭିମାନ

ରଖିବି କଥା ମୋର

କରିବିନି ଆଉ କାହାକୁ ବି ହଇରାଣ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy