STORYMIRROR

Lilabati Padhi

Classics

4  

Lilabati Padhi

Classics

ଅଭିମାନ କିଛି ନାହିଁ

ଅଭିମାନ କିଛି ନାହିଁ

1 min
1.0K

ଅଭିମାନ କିମ୍ବା ଅଭିଯୋଗ ପାଇଁ

ଦେଇନାହଁ କିଛି ମଉକା,

ତୁମରି ଦୟାରୁ ଜୀବନ ସାଗରେ

ବାହେ ମୁଁ ଜୀବନ ନଉକା ll

ତୁମରି ଦୟାରୁ ତିରିଶି ପାହାଚ

ଆଜି ଅତିକ୍ରମ କଲି,

ନୁଆଁ କରି ଏକ ଜୀବନ ଅଧ୍ୟାୟେ

ପୁଣି ଥରେ ଯୋଡି ହେଲି ll

ଗଛରେ ପତ୍ରଟେ ହଲିଥାଏ ପ୍ରଭୁ

ତୁମରି କରୁଣା ବଳେ,

ତୁମେ ଇଛାକରି ଫୁଲ ଫୁଟାଇଛ

ମୋ ଜୀବନ ତରୁଡାଳେ ll

ବିଶ୍ୱାସ ବାନ୍ଧିଛି ଏଇ ମୋ ଜୀବନେ

ତୁମ ପାଦେ କରି ଲୟ,

ଯେତେ ଝଡଝଞ୍ଜା ଆସୁ ପଛେ

ମୋର ମନ ନହେଉ ଅଥୟ ll

କେବେ ସୁଖ ପୁଣି କେତେବେଳେ ଦୁଃଖ

ଆସିକି ଯାଆନ୍ତି ଚାଲି,

ବିନା ବାଧା ବିଘ୍ନେ ପୂର୍ଣ୍ଣ ହୂଏ ସବୁ 

ତୁମେ ସାଥେ ଅଛବୋଲି ll

ଜୀବନ ନାଟକେ ନିର୍ଦେଶକ ତୁମେ

ମୁଁ ଯେ ଅଭିନେତ୍ରୀ ଛାର,

ସବୁ ଭୂମିକା ମୁଁ ନିଖୁଣେ ନିଭାଏ

ଏହି ଆଶୀର୍ବାଦ କର ll

ଲୋଭ, ମୋହ, କ୍ରୋଧ, କାଢିନେଇ

ମତେ ସଦବୁଦ୍ଧି ଦିଅ ଗୋସାଇଁ,

ଧନ, ମାନ, ଯଶ, ଉଚ୍ଚ ଆଭିଜାତ୍ୟ

ଅଭିଳାଷ ମୋର ନାହିଁ ll

ତୁମରି ଇଛାରେ ଏ ଦୁର୍ଲଭ ଜନ୍ମ

ଦେଇଛ ଜଦି ହେ ପ୍ରଭୁ,

ସତକର୍ମ କରିବି ପ୍ରେରଣା ଯୋଗାଅ

ପlରିହବା ଯାଏଁ ଭବୁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics