STORYMIRROR

Rabindra kumar Sahoo

Abstract Inspirational

4.2  

Rabindra kumar Sahoo

Abstract Inspirational

ଅଭିମାନ ବୋଲି କିଛି

ଅଭିମାନ ବୋଲି କିଛି

1 min
369



ଭଲପାଇବାରେ ନ ଥାଏ ଛଳନା

ନ ଥାଏ ବି ଘୃଣା ପ୍ରତାରଣା କିଛି

ରହିଥାଏ ଖାଲି ସ୍ନେହ ମମତାରେ ଭରା

ଅଭିମାନ ବୋଲି କିଛି ।


ଏ ସମ୍ପର୍କର ସେତୁ ଦୃଢୀଭୁତ କରେ

ମାନ ଅଭିମାନ ପାଇଁ

ଅଭିମାନ ଯଦି ନ ଥାନ୍ତା ଭାଇ

ସମ୍ପର୍କର ମାନେଟା ନ

ବୁଝନ୍ତେ ପରା କେହି

ମାନ ଅଭିମାନ ବୋଲି କିଛି ଅଛି

ଯା ପାଇଁ ସମଗ୍ର ସମାଜ ଚାଲିଛି

ଏ ମାନବ ଜାତି ମାନବିକତା ଓ

ମଣିଷ ପଣିଆ ବଞ୍ଚିଛି ।


ବନ୍ଧୁ ପରିଜନ ସଭିଙ୍କର ମନ

ନୁହଁଇ ସମାନ

ମାନ ଅପମାନ ସବୁର ମୂଳେ

ରହେ ଏହି ଅଭିମାନ

ସବୁ ଦ୍ଵନ୍ଦ୍ଵକୁ ଏ କରେ ସମାଧାନ

ଭଲପାଇବାର ସେତୁ ବନ୍ଧ ସାଜି

ସମ୍ପର୍କର ମୂଲ୍ୟକୁ ବୃଦ୍ଧି କରଇ ଏ ଜାଣ

କେ ମାନ ବା ନ ମାନ ଭଲପାଇବା ଯେଉଁଠି

ଅଧିକ ଥାଏ ସେଠି ରହିଥାଏ ଏହି ଅଭିମାନ ।


ଆମ ପରମ୍ପରା ଆମ ସଂସ୍କୃତି

ସବୁ ତ ହେଲାଣି ବିକୃତି

ତଥାପି ଆମ ଜାତୀୟତା

ଆମ ଦେଶ ଭକ୍ତି ଏବେ ବି

ଆମ ମଧ୍ୟେ

ଉଜ୍ଜୀବିତ ହୋଇ ରହିଛି

ଏହି ଆମ ମାନ ଆମ ସମ୍ମାନ

ଆମ ଅଭିମାନ ବୋଲି

ଏ ଜାତି ଏବେ ଗର୍ବ କରୁଛି ।


ଆମ ପୂର୍ବଜଙ୍କ ଗାରିମା

ଆମ ସଂସ୍କାର ଓ ସଂସ୍କୃତିର ମହିମା

ଏବେ ବି ଏ ଜାତି ଧରି ରଖିଛି

ସବୁ ପାଶ୍ଚାତ୍ୟ ହେଲେ ବି

ପ୍ରାଚ୍ୟ ପରମ୍ପରାର

ଅଭିମାନ ବୋଲି କିଛି ଅଛି

ଭୋଗ ଅପେକ୍ଷା ତ୍ୟାଗ କୁ ଏ

ପ୍ରାଚ୍ୟ ଜଗତର ମଣିଷ

ଭଲ କରି ପରା ବୁଝିଛି

ସେ ପାଇଁ ସ୍ଵର୍ଗ ସମ ଯୌଥ ପରିବାର

ଏ ଭାରତ ଭୂଇଁରେ ବଞ୍ଚିଛି ।


ଏ ଦେବ ଭୂମି ଏ ତ୍ୟାଗ ଭୂମିର ମଣିଷ

ମାତୃଭାଷା ମାତୃଭୂମି ପ୍ରତି

କର୍ତ୍ତବ୍ୟ କ'ଣ ସେ ଜାଣିଛି

ହିଂସା ନୁହେଁ ଅହିଂସା ମାର୍ଗରେ

ସ୍ଵାଧୀନତା ଯିଏ ଜିଣିଛି

ଶାନ୍ତି ମୈତ୍ରୀରେ ସାରା ବିଶ୍ଵର

ହୃଦୟକୁ ଯିଏ କିଣିଛି

ତା'ର ମହାନ୍ ଅସ୍ତ୍ର

ଆତ୍ମ ଅଭିମାନ ବୋଲି କିଛି ଅଛି

ମହାନ୍ ସେ ଜାତି ମହାନ୍ ସେ ମାଟି

ତା'ର ସନ୍ତାନ ହୋଇ

ତା'କୁ କୋଟି କୋଟି ପ୍ରଣାମ କରୁଛି ।



Rate this content
Log in

Similar oriya poem from Abstract