ଅଭିଳାଷା
ଅଭିଳାଷା
ଜୟ ଜୟ ଗୁରୁଦେବ ଦୟାକର
ଏ ଅକିଞ୍ଚନ ଦାସରେ,
ଦୟା ରଖିଥିବ ଏ ସେବକ ଠାରେ
ପ୍ରଭୁ କୃପା ହେଉବାରେ ।।୧।।
ଗୁରୁଦେବ ସ୍ୱାମୀ ପ୍ରଭୁ ଅନ୍ତର୍ଯ୍ୟାମୀ
ଆହେ କରୁଣା ସାଗର,
ଏ ଅଧମ ଜନେ କରବାରେ କୃପା
ତୁମ୍ଭେ ବ୍ରହ୍ମା -ବିଷ୍ଣୁ- ହର । ।୨।।
ଶ୍ରୀପାଦ-ପଦ୍ମରେ ପଶୁଛି ଶରଣ
ଆହେ ପ୍ରଭୁ ଗୁରୁଦେବ,
ଅନନ୍ତ କୋଟି ଦଣ୍ଡବତ କରୁଛି
ଘେନା କରିବାକୁ ହେବ ।।୩।।
ତୁମ୍ଭର ଆଶିଷ ପାଇବାକୁ ପ୍ରଭୁ
ସଦାସର୍ବଦା ବ୍ୟାକୁଳ,
କରବାରେ କୃପା ଗୁରୁଦେବ ସ୍ୱାମୀ
ହେଲାଣି ବହୁତ କାଳ । ।୪।।
କେବେ ହେବ କୃପା ଏ ଅଧମଠାରେ
ପାଇବି ସେ ଦିନ ମୁକ୍ତି,
ମୁକ୍ତିଦାତା ହୋଇ ଶୀଘ୍ର ଆସି ଗୁରୁ
କରିଦିଅ ବାରେ ମୁକ୍ତି ।।୫।।
ନ ହେଲେ ଏ ଜୀବ ଅକାରଣେ ହେବ
ମୁକ୍ତିନ ପାଇବ ସେହି ,
ଅବାଟରେ ପଡି ପଥ ଯିବ ହୁଡି
ସେବେଳେ ନଥିବେ କେହି । ।୬। ।
ଏତିକି ମିନତୀ ଶ୍ରୀଚରଣେ ତବ
ଗୁରୁଦେବ ସ୍ୱାମୀ ବାରେ,
ମାୟାବନ୍ଧନରୁ ମାୟା ପାରାବାରୁ
ପାରି କରିଦେବ ଥରେ ।।୭।।
ନୁହେଁ ମୁହିଁ କବି ନୁହେଁ ମୁଁ ଲେଖକ
ଆହେ ପ୍ରଭୁ ଗୁରୁଦେବ,
ମନର ବେଦନା ଖୋଲି ମୁଁ କହୁଛି
ଭୂଲ ଥିଲେ କ୍ଷମା ଦେବ । ।୮ ।।
ପ୍ରତ୍ୟକ୍ଷ ନ ହେଲେ ପରୋକ୍ଷ ଭାବରେ
ପାଉଅଛି ଆଶିର୍ବାଦ,
ସେହି ଆଶୀର୍ବାଦ ଯୋଗୁଁ ହେ ଶ୍ରୀଗୁରୁ
କଣ୍ଠରେ ବସଇ ପଦ । ।୯। ।