STORYMIRROR

Kishore Nayak

Tragedy

3  

Kishore Nayak

Tragedy

ଅଭିଳାଷ

ଅଭିଳାଷ

1 min
246


ଏ ଜୀବନ ଏକ ଛକି ଶୂନ ଖେଳ 

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ 

ହାର୍ ଜିତ୍ ଆଉ ଉତ୍ଥାନ ପତନର 

ଛକା ପଞ୍ଝା ଲୁଚକାଳି ଖେଳ ଭିତରେ 

ଜଣାପଡେ ନାହିଁ 

କେତେବେଳେ 

ସମୟ ତା'ର କଡ଼ ଲେଉଟାଏ l

ସୂର୍ଯ୍ୟାସ୍ତର ଗୋଧୂଳିରେ 

ସନ୍ଧ୍ୟାର ପ୍ରତୀକ୍ଷାରେ 

ବେଳ ତା'ର ଗଡିଚାଲେ 

ସୂର୍ଯ୍ୟୋଦୟର ସୁନେଲି କିରଣର 

ରକ୍ତିମ ଆଲୋକକୁ ନିର୍ବାପିତ କରି 

ରାତ୍ରିର ଘନ ଅନ୍ଧକାରର ଘନତ୍ବକୁ 

ସ୍ୱାଗତ କରିବା ପର୍ଯ୍ୟନ୍ତ 

ତ ପୁଣି କେତେବେଳେ 

ଜ୍ୟୋସ୍ନାପ୍ଲୁତ ପୂର୍ଣ୍ଣିମା ଜହ୍ନର ଶୀତଳତାକୁ 

ଅନ୍ତର ଭିତରେ ମର୍ମେ ମର୍ମେ ଅନୁଭବ କରିବାର 

ଏକ ଦୁର୍ବାର ଆକାଂକ୍ଷା ଆଉ ଦୈହିକ ଅଭିଳାଷକୁ ନେଇ l

ଯାତନାର ନିପୀଡିତ ପଞ୍ଝା ତଳେ 

ଅଣ ନିଃଶ୍ୱାସୀ ହୋଇ ଧାଇଁବାର ବାଧ୍ୟବାଧକତାରେ 

ଏ ଜୀବନ ବେଳେବେଳେ ଗୁମୁରି ଗୁମୁରି କାନ୍ଦି ଉଠେ 

ଜୀବନ ଯୁଦ୍ଧର ଏଇ ବିକ୍ଷିପ୍ତ ରଣାଙ୍ଗନରେ l

ଆଶା ଆଉ ଅବଶୋଷର ଅନ୍ଧାରି ଗୋହିରୀରେ 

ପରାଜୟର ବଶତା ସ୍ୱୀକାର କରି 

ସ୍ବପ୍ନମାନେ ସବୁ ସମାଧି ନିଅନ୍ତି 

ଇଚ୍ଛା ନଥିଲେ ବି 

ଢୋକେ ପିଇ ଦଣ୍ଡେ ଜିଇଁବାର ପରିସ୍ଥିତିକୁ 

ସାମ୍ନା କରିବାର ଦୁର୍ଭାଗ୍ୟ 

ନିଜର ସାମର୍ଥ୍ୟ ଉପରେ ଛିଡା କରି ଦିଏ ଅନେକ ପ୍ରଶ୍ନବାଚୀ ?

ଆଉ ଏହାରି ଭିତରେ 

ଅଭିଳାଷ ତା'ର ଅସ୍ତିତ୍ବ ହରାଏ 

କେଉଁ ଏକ ଅଦୃଶ୍ୟ ଅପାରଗତାର 

କ୍ରୁର ଷଡଯନ୍ତ୍ରର ଅତଳ ଗର୍ଭରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy