STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଅଭାଗା ମଣିଷ

ଅଭାଗା ମଣିଷ

1 min
286


କରମ ନିନ୍ଦଇ ଅଭାଗା ମଣିଷ କାହିଁ ମୁକ୍ତି କାହିଁ ଗତି

କର୍ମ,ଭଗବାନ ନଜାଣେ ସେ ଜନ ନାହିଁ ତା ଜୀବନେ ଶାନ୍ତି

ମଳୟ ପବନ ଲାଗେ ବିଷ ସମ ପ୍ରତିକୂଳେ ତା ନିୟତି

ନିୟନ୍ତ୍ରଣ କରେ ଅଭାଗା ଜୀବନ ଭ୍ରଷ୍ଟ ହୁଏ ତା’ର ମତି ।।


ହତଭାଗା କଳୁଷିତ କରିଦିଏ ସମାଜ ନକରି କର୍ମ

ଅଳସୁଆ ତାକୁ କହନ୍ତି ସଂସାରେ ନଜାଣଇ ସତ୍ୟ ଧର୍ମ ।।


ଭାଗ୍ୟବାନ ଭୋଗେ ସକଳ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ହୁଅନ୍ତି ସଦୟ

କରମ ତା ଧର୍ମ ସତ୍ୟ ତା ବଚନ ଭାଗ୍ୟ ହୁଅଇ ଉଦୟ

ଦୟା,ଧର୍ମ,କ୍ଷମା ହୃଦେ ଯାଗରିତେ ମିଳେ ନୂଆ ପରିଚୟ 

ଶୁଭ ଦୃଷ୍ଟିପାତେ କରୁଣା କରନ୍ତି ବିଶ୍ଵପିତା ଦୟାମୟ ।।


ହସ୍ତରେଖା ଦେଖି ଜ୍ୟୋତିଷ କହିଲେତୁ ମେଜଣେ

ହତଭାଗା

କର୍ମ କରି ସେହି ମଣିଷ ସାଜିଲା ଦିନେ ଚକ୍ରବର୍ତ୍ତୀ ରାଜା ।।

(ନେପଲିଅନ)

ଅଭାଗା ଜୀବନଆକାଶେ ଚାନ୍ଦିନୀ କେବେତ ଆସଇ ନାହିଁ

ଭରା ଅନ୍ଧାରରେ ଭାଗ୍ୟରବି ସଦା ଅସ୍ତମିତ ହୋଇଥାଇ

ନିରର୍ଥକ ସେହି ଜୀବନ ସଂସାରେ ଅସହାୟ ସାହା ନାହିଁ

କୃତକର୍ମ ତଥା ପ୍ରାରବ୍ଧ କି ସତେ ଏମିତି ସଜାଏ ନେଇ ।।


କେହିବି ସଂସାରେ ନୁହଇ ଅଭାଗା କର୍ମନେଇ ଫଳ ମିଳେ

କୃତକର୍ମେ ଅସ୍ତ ଉଦୟ ବିଧାତା ହୋଇଥାଏ ଜୀବନରେ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational