Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ଅଭାଗା ମଣିଷ ଅଭାଗା କଳି

ଅଭାଗା ମଣିଷ ଅଭାଗା କଳି

1 min
255


 

   ଥାଲାସେମିଆ କୁ ରକ୍ତ ଶିକୁଳି

   ଅଭାଗା ମଣିଷ ଅଭାଗା କଳି

   ରକତ ଜନିତ ରୋଗ ଅଟେ ସେତ

   ଶିଶୁ ହସଖୁସି ଯାଏ ମଉଳି ।


  ମାଆ ବାପା ଙ୍କ ଠୁ ଏଇ ରୋଗ ଦୁଇ

  ଶିଶୁର ଦେହକୁ ଯାଏ

  ଜନନୀ ଜଠରୁ ଏ ରୋଗକୁ ଧରି

  ଶିଶୁ ଟି ଜନମ ନିଏ

  ଭାଗ୍ୟହୀନ ସେହି ବାପା ମାଆ ଛୁଆ

  ରୋଗ ଦିଏ ସବୁ ସପନ ଜାଳି ।


  କଅଁଳ ଶିଶୁର ଦରୋଟି ଓଠରୁ

  ହସ ନିଏ ଲୁଟି ଏତ

  ରକତ ହୀନତା ଦେଖାଯାଏ ଶେତା

  ନିଶ୍ବାସ ନେବାରେ କଷ୍ଟ

  ବୟସ ବଢଇ ଶରୀର ବଢେନି

  ତଳି ପେଟ ତାର ଯାଏରେ ଫୁଲି ।


  ଛଅ ମାସ ପରେ ଛୁଆ ଶରୀର ର

  ବିକାଶ ନହୁଏ ଯଦି

  ରକତ ପରୀକ୍ଷା କରିଲେ ସହଜେ

  କାରଣ ପାଇବ ଖୋଜି

  ରୋଗ ଜଣାଗଲେ ଚିକିତ୍ସା ନକଲେ

  ଅକାଳରେ ଛୁଆ ପଡେ ଝାଉଁଳି ।


  ପ୍ରତି ମାସେ ରୋଗୀ ରକ୍ତ ନେଲେ ସେତ

  ରୋଗ ସାଥେ ପାରେ ଲଢି

  ରକ୍ତ ଉଣା ହେଲେ ବାଟ ବଣା ହୋଇ

  ଝଡିଯାଏ ଫୁଲ କଢି

  ରକ୍ତ ନେଲେ ପୁଣି ଜଗି ନଚଳିଲେ

  ଲୌହ ମତ୍ରା ବୃଦ୍ଧି କରେ ବାଉଳି ।


  ସୁସ୍ଥ ଅସ୍ଥି ମଜ୍ଜା ପ୍ରତିରୋପଣରେ

  ରୋଗୀ ହୋଇପାରେ ସୁସ୍ଥ

  ଭାରି ମହରଗ ଏ ଚିକିତ୍ସା ପାଇଁ

  ଅଭାଗା ଜୀବନ ବ୍ୟର୍ଥ

  ପିଢିରୁ ପିଢିକୁ ଏଇ ରୋଗ ବ୍ୟାପି

  ବିପଦ ମୁହଁ କୁ ଦିଏରେ ଠେଲି ।


  ଥାଲାସେମିଆ କି ରକ୍ତ ଶିକୁଳି ଏ

  ରୋଗକୁ ଜିଣିବା ପାଇଁ

  ସହଜ ଉପାୟ ସ୍ବାମୀ ସ୍ତ୍ରୀ ଙ୍କର

  ରକ୍ତ ପରୀକ୍ଷା ଟି ଭାଇ

  ରୋଗଥିଲେ ରକ୍ତେ ସତର୍କ ରହିବ

  ଜାଣିଲେ ଗରଭ ଧରିଛ ବୋଲି ।


  ରକ୍ତ ପରୀକ୍ଷା ରୁ ରୋଗ ବାହକଙ୍କୁ

  ସହଜରେ ହୁଏ ଜାଣି

  ବାହକ ମାନେତ ସତର୍କ ରହିଲେ

  ରୋଗକୁ ପାରିବା ଜିଣି

  ଏ ରକ୍ତ ପରୀକ୍ଷା ମାଗଣା ହେଉଛି

  ଭାଇ ଭଉଣୀ ମୋ ଜିବନି ଭୁଲି ।


Rate this content
Log in

Similar oriya poem from Tragedy