STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ଅଭାବ ହେବନି କାଳ

ଅଭାବ ହେବନି କାଳ

1 min
14.2K


ଏକ ପରେ ଏକ ଆଗପଛ ହୋଇ

ଚାଲନ୍ତି ପିମ୍ପୁଡ଼ି ଦଳ

ସତେ କି ଯେମିତି ଗଢ଼ିଛନ୍ତି ରେଳ

ହୋଇ ମିଳିମିଶି ଠୁଳ ।।

ଦିନ ସାରା ଚାଲି ହାଲିଆ ହୁଏନି

କେତେ କଷ୍ଟ କରେ ସିଏ

ବହୁ ପରିଶ୍ରମେ ସଞ୍ଚଇ ଆହାର

ସେ ପରା ପିମ୍ପୁଡ଼ିଟିଏ ।।

ଛୋଟ ସିନା ଦିଶେ ଆକାରରେ ସିଏ

କାମଟି ତା’ର ବଡ଼

ଚାଉଳ ଚିନିକୁ ବୋହିନିଏ ବେଗେ

ହୁଏନି ସେ ହଡ଼ବଡ଼ ।।

ସାଇତି ରଖଇ ଆହାର ଯତନେ

ବିପଦ ଆପଦ ବେଳେ

ଖାତିର କରେନି ଖରା ବରଷାକୁ

ଖଟଇ ଶକତି ବଳେ ।।

ଆସରେ ପିଲାଏ ଶିଖିବା ତା’ଠୁଁ

ଏକତାର ବଡ଼ ବଳ

ତା’ ସଞ୍ଚୟ ଗୁଣ ଆଦରିଲେ ଆମେ

ଅଭାବ ହେବନି କାଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children