STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Classics

3  

ପ୍ରିୟଦର୍ଶିନୀ ମହାନ୍ତି

Classics

ଆଉ କି ଫେରିବ

ଆଉ କି ଫେରିବ

1 min
202


ସେଇ ଧୂଳିଖେଳ, ସେଇ ବାଲିଘର 

ବହି ସହ ଅଭିମାନ

ଆଉ କି ଫେରିବ!!

ସେଇ ଅଝଟିଆ ପିଲାଦିନ ।.


କଙ୍କି ପ୍ରଜାପତି ଧରିବା ବୟସ,

ସେଇ ଖିଲି ଖିଲି ହସ,

ଆଉ କି ଫେରିବ!!

ମିଛି ମିଛି ବର କନ୍ୟା ବେଶ ।


ଆମ୍ବ ତୋଟାରେ ରଜ ଦୋଳି ଖେଳ

କୁମାର ପୁନେଇ ଜହ୍ନ,

ଆଉ କି ଫେରିବ!!

ଭାଲୁକୁଣୀ ପୂଜା, ଖୋଜିଲେ ବି ମନ


ସାଙ୍ଗ ସାଥି ମେଳେ ଗପର ଆସର

ଗାଁ ମୁଣ୍ଡ ଚାନ୍ଦିନି ଧାରେ,

ଆଉ କି ଫେରିବ!!

ବିତିଯାଏ ଯିଏ ସମୟ ସ୍ରୋତରେ ଥରେ ।


ମାଆ ହାତ ରନ୍ଧା ନାନାଦି ଦରବ,

ତା ଛାଳନାରା ମାଡ଼ ଗାଳି,

ଆଉ କେ କହିବ!!

ତୁ ମୋ ଗଳାର ଗଳାମାଳୀ ।


ବୟସ ମଧ୍ୟାହ୍ନେ ସବୁ ହେଲା ସ୍ମୃତି, 

ଭାଳି ଭାଳି ଦିନ ସରେ,

ଆଉ କି ଫେରିବ!!

ସେଇ ଅତୀତ , ଯାହାକୁ ଏ ମନ ଝୁରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics