STORYMIRROR

RUKEYA JABEEN

Abstract

4  

RUKEYA JABEEN

Abstract

ଆତତାୟୀ ୨୦୨୧

ଆତତାୟୀ ୨୦୨୧

1 min
314

୨୦୨୦ ରେ ବରଷଟିଯାକ ,

କରୋନାର ଉଗ୍ର ତାଣ୍ଡବ ,

ଲକଡାଉନ ସଟଡାଉନର,

ଲୁଚକାଳି ଖେଳରେ ବନ୍ଧା ମାନବ ।


୨୦୨୧ର ସ୍ଥିର ମନ୍ଥର ଆଗମନ,

ଜଗାଇଲା ଆଶାର ନୂତନ କିରଣ,

ଇତସ୍ତତଃ ଜୀବନକୁ,

ପୁନଃ ସାଉଁଟି ନବାକୁ କଲା ପଣ ।


ଧୀରେ ଧୀରେ ଖୋଲିଲା ବାଟ ଘାଟ,

ପାଖୁଡ଼ା ମେଲିଲା କାର୍ଯ୍ୟ କଳାପ,

କଟକଣା ଭିତରେ ବି ,

ସୁଧୁରିିିିିବାକୁ ଲାଗିଲା ପରିବେଶ ଅଳପ।


ଦୂରରୁ ଶିକ୍ଷା ଦିକ୍ଷା,

ଦୂରାଭାଷେ କଥାବାର୍ତ୍ତା,

ବିଜ୍ଞାନ ରୁ ସାହିତ୍ୟ ସବୁଠି,

ଅନଲାଇନ କର୍ତ୍ତା ଧର୍ତ୍ତା ।


ବକ୍ରତାର ବାଟ ଦେଇ ,

ସରଳ ହେଲା ଜୀବନ ଯାତ,

ନିରାଶା ଓ ଆଶଙ୍କା ଭିତରେ,

ଟଳମଳ ଭବିଷ୍ୟତ ।


କିଞ୍ଚିତ ଦମ୍ଭ ଜୁୁୁଟାଇ,

ସଳଖି ଥିବା ମେରୁଦଣ୍ଡ,

ବର୍ଷର ମଧ୍ୟାହ୍ନରେ ହେଲା ଛଟପଟ,

ମୁଣ୍ଡ ଟେକିିିଲା ଡେଲଟା ଉମିକ୍ରନର ଗଣ୍ଡ ।


ଛଡେଇ ନେଲା ସାହା ଭରଷା,

ଦୂରେଇ ଦେଲା ମା'ର ମମତା,

ହଜିଗଲେ କେତେ ଚିହ୍ନା ମୁହଁ,

ଛିଦ୍ର ଛିଦ୍ର ସମ୍ପର୍କର ଛତା ।


ଉର୍ଦ୍ଧମୁଖୀ କରୋନା ,

ରାସଲୀଳା କଲା ସାଜି ବିନାଶକ,

ନିରୀହ ମନୁଷ୍ୟ ହରାଇ ଚିନ୍ତା ଚେତନା,

ପାଲଟିଗଲା ବଧିର ମୁକ।


ବୁଡିଗଲା ଅଶ୍ରୁ ଧାରେ,

ଉଜୁଡିଗଲା ଲକ୍ଷ ଲକ୍ଷ ସଂସାର,

କ୍ଷତ ଦେଇ ଯାଇଛି ଏମିତି,,

ସ୍ପନ୍ଦନ ଥାଇ ଜଡ ସମ ଶରୀର।


ସାରା ବରଷଟି ସରିଲା ,

ହରେଇବାର ଯନ୍ତ୍ରଣା ସହନରେ,

ନିରୁତ୍ତର ବୈଦ୍ୟ ବିିଶାରଦ,

ନିରୁପାୟ ହୃଦୟ ଅଣନିଃଶ୍ବାସୀ ଅନ୍ତର୍ଦ୍ଦହନରେ।



Rate this content
Log in

Similar oriya poem from Abstract