STORYMIRROR

Binodini Dash

Inspirational

4  

Binodini Dash

Inspirational

ଆତ୍ମସମ୍ମାନ

ଆତ୍ମସମ୍ମାନ

1 min
247


ନିଜକୁ ଯେ ବୁଝିଥାଏ ଜୀବନରେ

ବୁଝଇ ଆତ୍ମସମ୍ମାନ

ଏଥିରୁ ବିଚ୍ୟୁତ ହେଉଥିବା ମନ

ନ ବୁଝଇ ସ୍ବାଭିମାନ ।


ଆତ୍ମସନମାନ ପରା ଶ୍ରେଷ୍ଠଧନ

ବଳି ଆଉ କିଛି ନୁହେଁ

ସ୍ବାଭିମାନୀଟିଏ କେବଳ ତା' ସାଥେ

ଜୀବନ ନଉକା ବାହେ ।


ସେ ଧନ ଟିକକ ନଥିଲେ ପାଖରେ

କେହି ପରିହସନୀୟ

ଆନକୁ ସମ୍ମାନ ଦେଇ ବି ଶିଖେନି

ରହେ ସଦା ନିନ୍ଦନୀୟ ।


ଆନଠୁ ମର୍ଯ୍ୟାଦା ପାଇବାକୁ ହେଲେ

ଆଗ କଲେ ଆନେ ଦାନ

ତାହା ଶତଗୁଣେ ଫେରି ଆସୁଥିବ

ନିଜର ପାଖକୁ ଜାଣ ।


ବାକ୍ ଇନ୍ଦ୍ରିୟରେ ସଂଞ୍ଜମତା ଭିଡ଼ି

ଯିଏ କହଇ ବଚନ

ଆତ୍ମସମ୍ମାନକୁ ସିଏ ବୁଝିଥାଏ 

ବୋଲାଯାଏ ଗୁଣୀଜନ ।


ସେଥିପାଇଁ ସେହି ଧନକୁ ସାଇତି

କର୍ମେ ହେଲେ ଆଗୁସାର

ମର ଦେହ ତ୍ୟାଗୀ ଗଲା ପରେ ମଧ୍ୟ

ନାମକୁ ଥିବ ଆଦର ।


Rate this content
Log in

Similar oriya poem from Inspirational