ଆତ୍ମୀୟ
ଆତ୍ମୀୟ
ରାତିଅଧେ କାନ୍ଦେ
ନିଃଶ୍ୱାସ ମୋ ରୁନ୍ଧେ
ଓଟାରେ ଆଖିରୁ ଲୁହ,
ପ୍ରତିକ୍ଷଣେ ଏତେ ଯନ୍ତ୍ରଣା
ଯେ ଦିଏ
ସେଇ ଲୋକ ତୁମେ ନୁହଁ
ତୁମେ ତ କାନ୍ଦନି
ଜାଣବି କେମିତି
କେତେ ଗୀତ ଗାଏ ଲୁହ,
ହସ ନୁହଁ କାନ୍ଦ
କେବଳ ଆତ୍ମୀୟ
ଜିଇବାର ପରିଚୟ
ତୁମେ ଯନ୍ତ୍ରଣାର କାରଣ
ଜାଣିଲେ ବାର କଥା ଏଠି ହବ,
ଭଲ ହେବ ବରଂ
ବୋହିଚାଲଥିବି
ଆପଣା ହସଙ୍କ ଶବ