STORYMIRROR

Ranjan kumar Mohanty

Inspirational

4  

Ranjan kumar Mohanty

Inspirational

ଆତ୍ମାର ଆରାଧ୍ୟ ଗୁରୁ

ଆତ୍ମାର ଆରାଧ୍ୟ ଗୁରୁ

1 min
336


ଗୁରୁ ନୁହେଁ ବ୍ୟକ୍ତି ଵିଶେଷରେ ବନ୍ଧା 

ଗୁରୁ ଏକ ଅନୁଭବ 

ଗୁରୁ ପୁଣି ଏକା ଉର୍ଦ୍ଧ୍ୱମୁଖୀ ସତ୍ତା 

ଆତ୍ମାର ଚିର ବାନ୍ଧବ 

ଗୁରୁ ପୁଣି ବାସୁଦେବ 

ଅଜ୍ଞାନ ତିମିରି ନାଶିବାକୁ ପୁଣି 

ହୁଏ ତାଙ୍କ ଆବିର୍ଭାବ 


ପିତା ମାତା ପୁଣି ଯେତେ ଜ୍ଞାନୀ ଗୁଣି 

ଦିଏ ଯିଏ ସତ୍ୟ ଶିକ୍ଷା 

ଶିକ୍ଷା ଗୁରୁ ଅବା ହେଉ ଦୀକ୍ଷା ଗୁରୁ 

ଆଶିଷ ତାଙ୍କ ଅପେକ୍ଷା 

ଧୈର୍ଯ୍ୟ ନିଷ୍ଠାର ପରୀକ୍ଷା 

ଗୁରୁ ପୁଣି କେବେ ଅସତ୍ୟ ଅନ୍ଧାରେ ସତ୍ୟର ଆଲୋକ ଶିଖା 


ଗୁରୁ ଯେ ଆଶିଷ ଏ ସମାଜ ପାଇଁ 

ସେ ପୁଣି ସତ୍ୟ ସାରଥୀ 

ଗୁରୁ ପୁଣି ଗୂଢ଼ ଅତୀବ ଗହନ 

ପଢିଲେ ଅସରା ପୋଥି 

ଗୁରୁ ଏକ ଉପସ୍ଥିତି 

ମାନବ ଜାତିର ଉଦ୍ଧାର ପାଇଁ କି

ଗୁରୁ ଏକ ଦିବ୍ୟ ଜ୍ୟୋତି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational