ଆତ୍ମା
ଆତ୍ମା
ଅଢେଇ ଦିନିଆ ଏଇତ ଜୀବନ
ଦିନେ ହେଲେ ଚାଲିଯିବ
ଅନ୍ୟାୟ ଅଧର୍ମ ପାପାର ପୁଣ୍ୟର
ହିସାବ ତଉଲା ହେବ ।
ଜୀବ ସିନା ଯିବ ଶରୀର ରହିବ
ଆତ୍ମା ତ ଅମର ହୁଏ
ମାଟି ଶରୀର ମିଶେ ମାଟିରେ ଆତ୍ମା
ପରମାତ୍ମା ପାଶେ ଯାଏ ।
ନା ତାକୁ ପବନ ଉଡେଇଣ ପାରେ
ନା ଜଳ ତାକୁ ବୁଡାଇଣ ମାରେ
ନା ଅଗ୍ନି ତାକୁ ପୋଡିଥାଏ ।
ଅଢେଇ ଦିନିଆ ଏଇତ ଜୀବନ
ଚାହୁଁ ଚାହୁଁ ଚାଲିଯାଏ ।
ପ୍ରକୃତି ଯେ ସବୁ କର୍ମ କରୁଅଛି
ଆତ୍ମା କରେ ନାହିଁ କିଛି
ଶରରଟି କଷ୍ଟ ଭୋଗୁଥାଏ ସିନା
ଆତ୍ମା ଆନନ୍ଦେ ରହିଛି ।
ଗୋଟିଏ ଘଟରୁ ଆତ୍ମା ଚାଲି ଯାଇ
ଅନ୍ୟ ଘଟେ ବାସ କରେ
ମହାଭାରତରେ ଶ୍ରୀକୃଷ୍ଣ ଯେ ପୁଣି
&nbs
p; କହିଥିଲେ ଅର୍ଜୁନରେ ।
ନା ଆତ୍ମାର ଅଙ୍ଗ ପ୍ରତ୍ୟଙ୍ଗ ରହିଛି
ନା ଆତ୍ମାର ରଙ୍ଗ ରୂପ ଅଛି କିଛି
ନା କାହାକୁ ସେ ମାରିଥାଏ ।
ଅଢେଇ ଦିନିଆ ଏଇତ ଜୀବନ
ଚାହୁଁ ଚାହୁଁ ଚାଲିଯାଏ ।
ନିନ୍ଦା ଅପବାଦ ମାନ ସନମାନ
ଆତ୍ମା ପାଖରେ ନ ଥାଏ
ନୀରବ ନିଶ୍ଚଳ ସୂର୍ଯ୍ୟଙ୍କ ପରାଏ
ଦିନ ରାତି ଭ୍ରମୁ ଥାଏ ।
ବେଳେ ବେଳେ ଲୋକେ କହି ତ ଥାଆନ୍ତି
ଆତ୍ମାକୁ ମୋର ବାଧୁଛି
କହି କି ପାରିବେ ସେଇ ଅତ୍ମାଟିକୁ
କିଏ ବା ଦେଖି ପାରିଛି ।
ଜରା ଯଉବନ ନା ବାର୍ଦ୍ଧକ୍ୟ ଥାଏ
ପଦ୍ମ ପତ୍ରେ ଜଳ ପରି ରହିଥାଏ ।
ନା କିଏ ସ୍ପର୍ଶ କରିଥାଏ ।
ଅଢେଇ ଦିନିଆ ଏଇତ ଜୀବନ
ଚାହୁଁ ଚାହୁଁ ଚାଲିଯାଏ ।