STORYMIRROR

Yudhisthir Khamari

Abstract

3  

Yudhisthir Khamari

Abstract

ଆତ୍ମ ଝାସ

ଆତ୍ମ ଝାସ

1 min
170

ଆଦ୍ୟ ଜୀବନ କଟାଇଲ ବାଲ୍ୟ ଚପଳତାରେ

ପିତାମାତା ପଡୋଶୀଙ୍କ ସ୍ନେହ ପାଇ

ଜଣା ନ ଥିଲା ତୁମକୁ ସୁଖ ଦୁଃଖ,

ଦୁନିଆଁର ଯାବତ ଘଣ୍ଟା ଚକଟା

କୈଶୋରେ ନବ ନିର୍ମିତ ଡେଣା ନେଇ

ବୁଲିଲ ପ୍ରଜାପତିଟିଏ ହୋଇ ସାରା ଉପବନ

ଭୃକ୍ଷେପ ନ ଥିଲା ତୁମ ଡେଣା ଛିଣ୍ଡିଯିବା

ଅବା ସୂର୍ଯ୍ୟଙ୍କ ତେଜରେ ଜଳିଯିବାର

ଜିଜ୍ଞାସୁ ଓ ପିପାସୁର ମନ ନେଇ ଚାଲିଲ

ଆଗକୁ ଆଗକୁ ଧୋକା ନ ଖାଇବା ଯାଏଁ

ଗୁଣୁଗୁଣୁ ହୋଇ ଆନନ୍ଦରେ ବିଭୋର ହେଉଥିବା ମନ

ପୁଣି ଲୁହରେ ଭାଷିଯାଏ

ଦୁନିଆଁ ଆଖିରେ କେବେ ପୁଷ୍ପ ବାଟିକା ସାଜ

ମନ ସମସ୍ତଙ୍କ ତୁମ ଭିତରେ ବୁଲି ଆନନ୍ଦିତ ହେବେ

ଇତି ମଧ୍ୟରେ ବାଟିକାର ପୁଷ୍ପ ହୁଏ କେବେ ଇତସ୍ତତଃ

ଅବା ବାରମ୍ବାର ସଂକ୍ରମିତ

ତୁମ ସୁଗନ୍ଧିରେ ଦୁନିଆଁକୁ ମହକାଇବା ପାଇଁ

ମୃଦୁମନ୍ଦ ସମୀରଣରେ ଦୋହଳୁ ଦୋହଳୁ

କେଉଁ ସୈ। ନ୍ଦର୍ଯ୍ୟ ପିପାସୁ ଦ୍ବାରା ହୁଅ ବୃନ୍ତଚ୍ୟୁତ

ତୁମେ ତ ତୁମ ଅଭିପ୍ସା ପୂରଣ କରିପାରନି

ମାତ୍ର ନୀର,ସାର,ଶ୍ରମ ଦେଇ ବଢାଇଥିବା

ମାଳିଟିର ହୃଦୟ ଯନ୍ତ୍ରଣା ଅବ୍ୟକ୍ତ ରହିଯାଏ

ନାଁ ଲୁହ ଝରାଇ ପାରେ,ନାଁ ବ୍ୟକ୍ତ କରିପାରେ

ଫୁଲପ୍ରତି ଅଧିକାରକୁ

କଅଁଳିବା,ମଉଳିବା ଏ ତ ଚିରନ୍ତନ

ହେଲେ ସମୟ ଆଗରୁ ବୃନ୍ତଚ୍ୟୁତ ହେବା

କେତେ ଯେ ଯନ୍ତ୍ରଣା

ଅନୁଭବି ହିଁ ଉପଲବ୍ଧି କରିପାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract