STORYMIRROR

Sachidananda Kar

Children

3  

Sachidananda Kar

Children

ଆସୁଛନ୍ତି ମୋର ମାଆ

ଆସୁଛନ୍ତି ମୋର ମାଆ

1 min
411

    ଶରଧାରେ ଲେଖି

       ଅଗଣାରେ ଚିତା ଝୋଟି

    ବିଛେଇ ଦେଇଛି

       ରୂପା ଫୁଲ କୋଟି କୋଟି

    ଯୋଡି କଳସରେ 

       ଦୁଆର ପାଉଛି ଶୋଭା

    ଲିପା ପୋଛା ଘର 

       ଦିଶେ ମୋର ମନଲୋଭା

       କାଉ ରାବେ କାଆ କାଆ

    ଆଉ କେହି ନୁହଁ ମୋ ଘରକୁ ଏବେ

       ଆସୁଛନ୍ତି ମୋର ମାଆ ।। 


    ଝରା ଶିରାବଣ

       ବିଦାୟ ନେଇଛି ତା'ର

    ଦେଇ ଧରଣୀକୁ 

       ଫୁଲ ଫଳ ଭାର ଭାର

    ସଫା ନଈ ଧାରେ

       ଶରତ ଆସିଛି ଏବେ

    ଆସିବାକୁ ଜମା

       କରେନି ଡେରି ସେ କେବେ

       କଇଁ ହସେ ମନ ଖୋଲି

   . ଶେଫାଳି ସୁବାସ ଦେଲାଣି ବିତରି

       ମାଆ ଆସୁଛନ୍ତି ବୋଲି ।। 


    ଶରତ ଆକାଶ

       ଦିଶେ ନିରିମଳ ଅତି

    ଭାସେ ଧଳା ମେଘ

       ଭାରି ଧୀର ତା'ର ଗତି

    ରୁପେଲି କିରଣ

       ଅଜାଡେ ସରଗଶଶୀ

    ଦେଖି ହୁଏ ଖୁସି

       ବାତାୟନ ପଥେ ବସି

       ଆଉ କିଛି ମନେ ନାହିଁ

    ଆବେଗରେ ମୁଁ ଯେ ରହିଛି ଅନାଇ

       ମାଆଙ୍କୁ ଦେଖିବା ପାଇଁ ।। 


    ଆସ ମା' ଦୁଆରେ

       ଚାହିଁ ମୁଁ ବସିଛି ଆସ

    ଅଶିଣଟା ତୁମ 

       ଧରାବତରଣ ମାସ

    ଆଦରେ ଯତନେ

       ବସାଇବି ନେଇ ଘରେ

    ପୂଜିବି ତୁମକୁ

       ଆନନ୍ଦେ ଭକତି ଭରେ

       କରିବନି ନାଇଁ ନାଇଁ

    କରୁଣା କରିବ ଦେବ ଖାଲି ମୋତେ

       ତୁମରି ପଣତ ଛାଇ ।।



Rate this content
Log in

Similar oriya poem from Children