STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସୁଛନ୍ତି ଗଜାନନ

ଆସୁଛନ୍ତି ଗଜାନନ

1 min
344


ଆସୁଛନ୍ତି ଗଜାନନ ଗୋଉରୀ ନନ୍ଦନ l

ଅଗ୍ର ପୂଜ୍ୟ ବିଘ୍ନରାଜ ଇନ୍ଦୁର ବାହନ ll

ଭାଦ୍ରବ ଶୁକ୍ଳ ଚତୁର୍ଥୀ ତାଙ୍କ ଦିବ୍ୟପୂଜା l

ସର୍ବବିଘ୍ନ ହରିନେବେ ପ୍ରଭୁ ବିଘ୍ନରାଜା ll

ପିତା ତାଙ୍କ ସଦାଶିବ ପ୍ରଭୁ ଆଶୁତୋଷ l

ନମସ୍କାରମାତ୍ରେ ବାବା ଲଭନ୍ତି ସନ୍ତୋଷ ll

ମାତା ପର୍ବତ ନନ୍ଦିନୀ ପାର୍ବତୀ,ଅମ୍ବିକା l

ଜଗଦମ୍ବା ମାହେଶ୍ୱରୀ ଜଗତ ପାଳିକା ll

ପତ୍ନୀ ତାଙ୍କ ରିଦ୍ଧି ସିଦ୍ଧି ପ୍ରଭୁ ସିଦ୍ଧିଦାତା l

ସନ୍ତୋଷୀମାତା ଅଟନ୍ତି ପ୍ରଭୁଙ୍କ ଦୁହିତା ll

ସୂର୍ଯ୍ୟକୋଟି ସମପ୍ରଭ ପ୍ରଭୁ ମହାକାୟ l

ସର୍ବ ଶୁଭ କର୍ମେ ପୂଜ୍ୟ ହୁଅନ୍ତି ସହାୟ ll

ଜଗତକଲ୍ୟାଣ ଅର୍ଥେ ଦେବ ଲମ୍ବୋଦର l

ସର୍ବ ଶାସ୍ତ୍ରର ହୋଇଲେ ପ୍ରଭୁ ଲିପିକାର ll

ବିଦ୍ୟାଦାତା ଜ୍ଞାନଦାତା ବିଦ୍ୟା ଅଧିପତି l

କାର୍ତ୍ତିକେୟ ଭାଇ ତାଙ୍କ ଦେବସେନାପତି ll

ଦୀର୍ଘ କର୍ଣ୍ଣ କ୍ଷୁଦ୍ର ଚକ୍ଷୁ ସୁନ୍ଦର କପୋଳ l

ଦନ୍ତାଘାତେ ବିଦାରିତ ତାଙ୍କ ଗଣ୍ଡସ୍ଥଳ ll

ମୋଦକ ପ୍ରିୟଙ୍କ ଲାଗି ଲଡ଼ୁ ରଖିଥାଅ l

ଜୟ ଏକ ଦନ୍ତେ ବିନାୟକ ମହାକାୟ ll

ଜୟ ଜୟ ବିଦ୍ୟାପତି ଜୟ ବକ୍ରତୁଣ୍ଡେ l

ବିଦ୍ୟାଦାତା ଜ୍ଞାନ ବୁଦ୍ଧି ଭରିଦିଅ ମୁଣ୍ଡେ ll

ନମାମି ନମାମି ପ୍ରଭୁ ହେ ବିଦ୍ୟାବାଗୀଶ l

ଚରଣେ ଶରଣ ବାଞ୍ଛେ ଅକୀଞ୍ଚନ ଦାସ ll

        


Rate this content
Log in

Similar oriya poem from Inspirational