ଆଷାଢ଼
ଆଷାଢ଼
ପଚାରିନି କେବେ ବରଷାକୁ
ଟୋପି ଟୋପି ଝରିଯାଉଥିବା
ଲୁହ ଅବା ଜଳ କଣିକା ସିଏ
ଆଜିଯାଏ ମେଘ ପଣତେ ଥିଲା
ବରଷା ପାଇଲା ଠିକଣା କୁହେ
ବଉଦ ଆଢୁଆଳେ ମୁଁହ ଲୁଚେଇ
ବାରିଧାରା ହୋଇ ପୃଥିବୀକୁ ଆସଇ
ମୟୁର ନାଚୁଛି ଧରଣୀ ହସୁଛି
ଚଷା ଭାଇ କ୍ଷେତେ ସବୁଜିମା ଭରଇ
କିଏ କହେ ତାକୁ ମୌସୁମୀ ବୋଲି
ତୃଷାର୍ତ୍ତ ନୟନେ ଜଳ କଣିକା ହୋଇ
ସାଧବବୋହୂ ନିଏ ବାଟ କଢେଇ
ରଜସ୍ଵଳା ମାଟି ଶାନ୍ତିରେ ଆଖି ମେଲେଇ
ଦେଖେ ଫୁଲ ଫଳ ପତରେ ପତରେ
ହସୁଥାଏ ସବୁଜ ଓଢଣା ମୁଣ୍ଡେ ପକେଇ
ଆଷାଢେ ଜଗନ୍ନାଥ ରଥେ ହେବେ ଉଭା
ଦର୍ଶକ ଦର୍ଶନେ ଦାର୍ଶନୀ ଭକ୍ତ ବୋଲାଇ
ଚରିତ୍ର ଭିତରେ ସଚିତ୍ର ଅଧାଗଢା ଠାକୁର
ଗୋପରେ ଥିଲେ କଳାକାହ୍ନୁ ବୋଲାଇ
ଶ୍ରୀକ୍ଷେତ୍ରେ ଶ୍ରୀକ୍ଷେତ୍ର କ୍ଷେତ୍ରଅଧିପତି ସେହି
ଆଷାଢ଼ ଆସିଲେ ଆଶାବରୀ ରଥ ଗଡ଼ାଇ
ହେ ଦୋଳଗୋବିନ୍ଦ ବେଦ ଉପନିଷଦ
ବାର୍ତ୍ତାବହ ତୁମେ ସବୁ ରଖିଛ ହାତମୁଠାଇ l