ଆସିଲି ବାଉଳି ହୋଇ
ଆସିଲି ବାଉଳି ହୋଇ
ପ୍ରାଣବନ୍ଧୁ ମୋତେ ବାଇବାକୁ ଦିଅ
ମୋହନ ମୁରଲୀ ଆଜି ,
ଅସରନ୍ତି ପୀଡ଼ା ଭୋଗିଲିଣି ମୁହିଁ
ତୁମରି ପ୍ରେୟସୀ ସାଜି ।
ଲୋକ ଅପବାଦ,ଆକଟ ଯୋଗୁଁ ମୁଁ
ଭେଟିନାହିଁ କେତେଦିନୁ ,
ଦିବାନିଶି କିନ୍ତୁ ତୁମରି ପରଶ
ଲୋଡୁଥିଲା ଏଇ ତନୁ ।
ସେବେଳେ କାହିଁକି ଦେଖା ଦେଲ ନାହିଁ
ପାରିଲିନି ଆଉ ସହି ,
ହୃଦୟର ଜ୍ୱାଳା ଶାନ୍ତ କରିବାକୁ
ଆସିଲି ବାଉଳି ହୋଇ ।
ଏବେ ମୁଁ ବାଇବି କୃଷ୍ଣ କୃଷ୍ଣ ନାମ
ଏଇ ମୁରଲୀର ସୁରେ ,
ଏକାକାର ହୋଇ ରାସ ରଚିବା ହେ
ନୃତ୍ୟ ଛନ୍ଦେ ପ୍ରେମ ଭରେ ।

