STORYMIRROR

ବି. ନିରୁପମା

Romance

4  

ବି. ନିରୁପମା

Romance

ଆସିଲି ବାଉଳି ହୋଇ

ଆସିଲି ବାଉଳି ହୋଇ

1 min
202


ପ୍ରାଣବନ୍ଧୁ ମୋତେ ବାଇବାକୁ ଦିଅ

ମୋହନ ମୁରଲୀ ଆଜି ,

ଅସରନ୍ତି ପୀଡ଼ା ଭୋଗିଲିଣି ମୁହିଁ

ତୁମରି ପ୍ରେୟସୀ ସାଜି ।


ଲୋକ ଅପବାଦ,ଆକଟ ଯୋଗୁଁ ମୁଁ

ଭେଟିନାହିଁ କେତେଦିନୁ ,

ଦିବାନିଶି କିନ୍ତୁ ତୁମରି ପରଶ

ଲୋଡୁଥିଲା ଏଇ ତନୁ ।


ସେବେଳେ କାହିଁକି ଦେଖା ଦେଲ ନାହିଁ

ପାରିଲିନି ଆଉ ସହି ,

ହୃଦୟର ଜ୍ୱାଳା ଶାନ୍ତ କରିବାକୁ

ଆସିଲି ବାଉଳି ହୋଇ ।


ଏବେ ମୁଁ ବାଇବି କୃଷ୍ଣ କୃଷ୍ଣ ନାମ

ଏଇ ମୁରଲୀର ସୁରେ ,

ଏକାକାର ହୋଇ ରାସ ରଚିବା ହେ

ନୃତ୍ୟ ଛନ୍ଦେ ପ୍ରେମ ଭରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance