STORYMIRROR

Sagar Kumar Parida

Abstract Classics Others

3  

Sagar Kumar Parida

Abstract Classics Others

ଆସିଲା ଶରତ କାଳ

ଆସିଲା ଶରତ କାଳ

1 min
234

ନିର୍ମଳ ଶରତ କାଳ ପ୍ରବେଶିଲା ଧରା

ସୁନ୍ଦର ଦିଶିଲା ଧରା ଶୋଭାର ପସରା।।


ଶୁଭ୍ର ମେଘଖଣ୍ଡମାଳା ଭାସିଲେ ଗଗନେ

ପାରାବାରେ ଭାସୁଥାନ୍ତି ବୋଇତ ଯେସନେ।।


ନାନା କୁସୁମ ସମ୍ଭାରେ ଶୋଭିତା ଧରଣୀ

ଶୁଭ୍ର କାଶତଣ୍ଡୀ ଫୁଲ ମନ ମୋହିଲାଣୀ।।


ମୁକ୍ତା ବିନ୍ଦୁ ପରି ଦିଶେ ପ୍ରଭାତ କାକର

କ୍ଷେତ ଦେଖି ଚାଷୀ ମନ ଆନନ୍ଦ ତତ୍ପର।।


ନିର୍ମଳ ଜଳରେ ଫୁଟେ କୁମୁଦ କମଳ

ଶରତ ସୁନ୍ଦରୀ ଦତ୍ତ ସୁରମ୍ୟ ସମ୍ଭଳ ।।


କୁମାର ପୂଜାରେ ରତ କୁମାରିଏ ମିଳି

ଗ୍ରାମ୍ୟ ପରିବେଶ ପାର୍ଵଣରେ ଶୋହେ ଝଳି।।


ମାତା ଦୁର୍ଗା ଆଗମନ ବାରତା ପାଇଣ

ପ୍ରକୃତି ନିଜକୁ ନିଜେ କରଇ ଭୂଷଣ।।


ମନ୍ଦ ସମୀରଣ କରେ ମନ ଆଲ୍ଲାଦିତ

ଭ୍ରମର ପୁଷ୍ପରୁ ପୁଷ୍ପ ଉଡିବାରେ ବ୍ୟସ୍ତ।।


ସିଂହ ବାହନରେ ବସି ମାତା ମାହେଶ୍ୱରୀ

ସଂସାର ରକ୍ଷା କାରଣେ ଆସିବେ ଏପୁରୀ।।


ରୋଗ ଶୋକ ଦୁରୀଭୂତ ସଂସାରରୁ ହେବ

ଅଧର୍ମ ବିନାଶ ହୋଇ ଧର୍ମ ହିଁ ରହିବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract