STORYMIRROR

Trushna Das

Inspirational

3  

Trushna Das

Inspirational

ଆସିଛୁ ତୁ ଏ ଦୁନିଆକୁ ଏକା

ଆସିଛୁ ତୁ ଏ ଦୁନିଆକୁ ଏକା

1 min
197

ଆସିଛୁ ତୁ ଏ ଦୁନିଆକୁ ଏକା

  ଯିବୁ ବି ଏ ଦୁନିଆରୁ ଏକା 

କାହିଁକି ରଖିଛୁ ମିଛ ମାୟା

  ସପନ ସବୁ ପରା ମରୀଚିକା।। 


ଯାହାକୁ ତୁ

  ନିଜର ବୋଲି କହୁ

ସମୟ ଆସିଲେ ହୁଏ ସେ ପର

  ସେତେବେଳେ ନ ଥିବେ କେହି ଆପଣାର।। 


ଏ ଦୁନିଆ ପରା ସ୍ୱାର୍ଥପର 

  ମିଛ ମାୟାର ସଂସାର 

ଆସିଛୁ ଏକା ଯିବୁ ବି ଏକା

  ଏହାକୁ ହିଁ କୁହାଯାଏ ଜୀବନ ପରା।। 


ନିଜ ସମ୍ପର୍କକୁ ଦୃଢ କରିବା ପାଇଁ 

  କରି ଥାଉ କେତେ ତ୍ୟାଗ 

ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ 

  ଦେଖିଥାଉ କେତେ ସପନ

ହେଲେ କେହି ବୁଝିବେ ନାହିଁ ତୋ ମନ କଥାକୁ

  ଏ ସ୍ୱାର୍ଥପର ଦୁନିଆରେ ପର କରି ତୋତେ ସବୁ ପଳାଇବେ ବହୁ ଦୂରକୁ।।


ଆସିଛୁ ଏ ଦୁନିଆକୁ ଏକା 

  ତୋର କର୍ମ ହିଁ ତୋର ନିଜର ପରା

କର୍ମ କରିବ ତୋ ଜୀବନ ପଥ ନିର୍ଣ୍ଣୟ 

  କର୍ମ କରି ଚାଲ ଫଳକୁ ଆଶା ନ କରି।। 


ନିଜର କହି କରୁଛୁ ଗର୍ବ 

  କଣ ବା ତୋର ନିଜର

ସବୁ ପରା ଈଶ୍ୱରଙ୍କ ଦେୟ

  ଖୁସିରେ ରହି ଈଶ୍ୱରଙ୍କୁ ଭୁଲି ଦେଖାଉଛୁ ଅହଂକାର।। 


ଏ ଜୀବନ ପରା କ୍ଷଣସ୍ଥାୟୀ 

  କାହିଁକି ଯାଉଛୁ ମାୟାରେ ଭାସି

କରି ଚାଳ ନିଜ କର୍ମ ଈଶ୍ୱରଙ୍କ ଉପରେ ଭରସା କରି

  ଖୁସିରେ ଜୀବନର ନୌକା ହେବ ପାରି।। 


ଆସିଛୁ ତୁ ଏ ଦୁନିଆକୁ ଏକା 

  ଯିବୁ ବି ଏ ଦୁନିଆରୁ ଏକା

ଛାଡି ଦେଇ ମହାମାୟା 

  ଭଗବାନଙ୍କ ଉପରେ ରଖ ଆସ୍ଥା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational