ଆସିଛି ରଜ
ଆସିଛି ରଜ
ଆସିଛି ରଜ ନାହିଁ ସରାଗ
ହଜିଯାଇଛି ସବୁ ମଉଜ
ରଜର ଦୋଳି ଭାରି ଗହଳ
ନାହିଁ ସଙ୍ଗାତ ନାହିଁ ବଉଳ॥୧॥
ଅନାଇ ବସିଛି ନୂଆବୋହୂତ
ଭାର ନେଇ ତାର ଭାଇ ଆସିବ
ନ ଆଣିଲେ ପଛେ ନ ଆଣୁ କିଛି
ତାକୁ ଦେଖିବାକୁ ମନ ହେଉଛି॥୨॥
ପୋଡପିଠା ଆଉ ରଜର ପାନ
କାହିଁ ହଜିଗଲା ସେ ଖୁସି ଦିନ
ତାସ୍, ଲୁଡୁପାଲି ଆଉ ବାଗୁଡି
ଆସନ୍ତା କି ଆଉ ଥରେ ସେ ଫେରି।୩॥
ନାହିଁ ଆତ୍ମୀୟତା ନାହିଁ ସରାଗ
ହଜି ତ ଯାଇଛି ରଜ ମଉଜ
ଆମ ପରମ୍ପରା ଆମ ଗରବ
ଆସ ପାଳୁଥିବା ରଜ ପରବ।
