Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଆସିଛି ପର୍ବ ମକର

ଆସିଛି ପର୍ବ ମକର

1 min
375



ଉତ୍ତର ଅୟନ ଶୁଭ ଅୟରାମ୍ଭ

କାଲୁଆ ଜାଡ ବକର

ଗାଁଆଁରୁ ସହର ସାଜସଜ୍ଜା ନେଇ 

ଆସଇ ପର୍ବ ମକର ।


ମକର ରାଶିରେ ହୋଇବେ ପ୍ରବେଶ

ପ୍ରଭୁ ସୂର୍ଯ୍ଯ ନାରାୟଣ 

ମକର ସଂକ୍ରାନ୍ତି ଶୁଭ ଅବସରେ

ଭୋଗ ହେବ ନୂଆ ଅନ୍ନ ।


ବଡ଼ଦେଉଳରେ ଶ୍ରୀଜୀଉ ହୋଇବେ

ସୁନ୍ଦର ମକର ବେଶ

ହେବ ନୀତିକାନ୍ତି ମଙ୍ଗଳ ଆଳତୀ

ମଇଲମ ଅବକାଶ ।


ମହାସ୍ନାନ ପରେ ବସ୍ତ୍ର ମାଳଚୂଳ

ଲାଗି ହୋଇବ ଶ୍ରୀଅଙ୍ଗେ

ଦେହେ ଛଅ ମୂର୍ତ୍ତି ସ୍ବର୍ଣ ଅଳଙ୍କାର 

ସୂର୍ଯ୍ଯସମ ପ୍ରକାଶିବେ ।


ପ୍ରସ୍ତୁତ ହୋଇବ ମକର ଚାଉଳ 

ସ୍ବତନ୍ତ୍ର ବିଧି ବିଧାନେ

ଅରୁଆ ଚାଉଳ ନଡିଆର କୋରା

କ୍ଷୀର ଗୁଡ ସମ୍ମିଶ୍ରଣେ ।


ପାଚିଲା କଦଳୀ ଆଖୁ ଅଦା ଛେନା

ଗୋଲମରିଚର ଗୁଣ୍ଡ

ମିଶ୍ରଣେ ପ୍ରସାଦ ହେବ ସମର୍ପଣ 

ପ୍ରତି ପୁରପଲ୍ଲୀ ଗ୍ରାମ ।


ଦିନ ହେବ ବଡ ରାତି ହେବ ସାନ

ବଢିବ ସୁଖ ଆନନ୍ଦ 

ଉଲ୍ଲାସର ପର୍ବେ ରଙ୍ଗାରଙ୍ଗ ଗୁଡି

ଜଣାଏ ଅଭିନନ୍ଦନ ।

   


Rate this content
Log in

Similar oriya poem from Inspirational