STORYMIRROR

Kishore Nayak

Children

3  

Kishore Nayak

Children

ଆସିଛି ବସନ୍ତ

ଆସିଛି ବସନ୍ତ

1 min
260


ବାଇ ଚଢେଇ ଘୁମୁରି ବୁଲେ 

          କୋଇଲି ଗାଏ ଗୀତ 

କଜଳପାତି ବସିଛି ଦେଖ 

           ବଣି ସାଥିରେ ମିତ ll

ଗଛ ଡାଳରେ ବଗୁଲୀ ବସି 

           ବଗକୁ କହେ ଡାକି 

ଦରିଆ ବୁକୁ ଆଣିବା ଯାଇ 

           ମୀନଟେ ମନଲାଖି ll

ବସନ୍ତ ଋତୁ ଆସିଛି ଦେଖ 

          ବହେ ଶୀତଳ ବାଆ 

ଗଛ ଡାଳରେ ଡାମରା କାଉ 

       ରାବଇ କା...... କା...... ll

ପବନ ବହେ ତୁହାକୁ ତୁହା 

         ବୁଡି ଆସିଲେ ବେଳ 

ଫାଲ୍ଗୁନ ମାସେ ଦୋଳ ଯାତରା 

       ତା' ପରେ ହୋଲି ଖେଳ ll 

ସୁଲୁସୁଲିଆ ପବନ ଖାଇ 

         ଶୋଇଛି ନଟ ଅଜା 

ଆମ୍ବ ଛେଚାକୁ ପଖାଳ ଭାତ 

           ଲାଗଇ ଭାରି ମଜା ll

ଘୁଂ ଘୁଂ ଘୁଂ ଶବଦ କରି 

         ବହେ ଚଇତି ବାଆ 

ଧୂଳି ବାଲିରେ ଉଠଇ ପୂରି 

          ବଣ, ପାହାଡ଼, ଗାଁ ll

କେବେନା କେବେ ଖଣ୍ଡିଆ ଭୂତ 

        ଦେଖାଏ ତା'ର ଖେଳ 

ଘରକୁ ଯିବା ହେଲାଣି ଆସି 

        ଛାଇ ଲେଉଟା ବେଳ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children