Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Inspirational Others Children

3  

RUNALAILA MOHANTA

Inspirational Others Children

ଆସିବ ନିଶ୍ଚେ ସେ ନୂଆ ସକାଳ

ଆସିବ ନିଶ୍ଚେ ସେ ନୂଆ ସକାଳ

1 min
238


                                   

କରୋନା କୁ ଜମା ଡରନା

         କରି ଦିଅ ତାକୁ ନା ରେ ନା

କରି ଚାଲ ବ୍ୟାୟାମ କରି ଚାଲ ଧ୍ୟାନ

         ନାଚି ଯାଅ ନାନା ଗୀତରେ

ହସିଲେ ଜିତିବ ଡରିଲେ ହାରିବ

         ଭାସି ଯିବ ଶୂନ୍ୟ ପଥରେ।

          

ନ ଡରି ନ ହାରି

        ସ୍ୱାସ୍ଥ୍ୟ ସେବୀର ଗୋଟିଗୋଟି କଥା ମାନି

କରୋନା କୁ ରୋକିବାର ପଥ

         ଅନୁସରଣ କରି ଚାଲରେ

ଏପରି କରିଲେ କରୋନା ହାରିବ ଜୀବନ ଜିତିବ

          ତିଳେ ମାତ୍ର ସନ୍ଦେହ ନାହିଁରେ ।

     

ନିଜେ ସୁରକ୍ଷିତ ରୁହ ଅନ୍ୟକୁ ବି ରଖ

          ନ କରି ଭେଦ ଭାବରେ

ସମାଜ ରହିଲେ ତମେ ରହିବ

ତମେ ବୁଝିଲେ ସମାଜ ବୁଝିବ

          ଏ କଥା ଭୁଲ ନାହିଁ ରେ          

ନିଜେ ସତର୍କ ରହି ଅନ୍ୟକୁ ବି କରାଇ

          ସୁରକ୍ଷିତ ରହିବା ଆମେ ମିଳିମିଶି  ।


ଆସିବ ସେ ଦିନ ହେବ ନୂଆ ସକାଳ

          ନା ଥିବ କରୋନା ନା ତାର ଭୟ

ହସିବ ଏ ଧରା ପୁଣି ଖୋଲି ମନ

          ଆଗେଇବେ ଜନ ଆଗେଇବ ଦେଶ

ମିଳିବ ସେ ଦିନ ଆମ ଏକତାର ଫଳ

         ନା ରହିବ ଦୁଃଖ ନା ରହିବ କ୍ଳେଶ

ଶୁଭିବ ଖାଲି ଶଙ୍ଖ ବିଜୟ ଧ୍ଵନିର ।


Rate this content
Log in

Similar oriya poem from Inspirational