STORYMIRROR

Amit Bal

Tragedy

3  

Amit Bal

Tragedy

ଆସିଵ କି ସୁବର୍ଣ୍ଣ ସକାଳ

ଆସିଵ କି ସୁବର୍ଣ୍ଣ ସକାଳ

1 min
93

ରାତ୍ରିର ଘନ ଅନ୍ଧକାରେ ଖୋଜୁଥିଲା ସେ ସୂର୍ଯ୍ୟୋଦୟକୁ

ତା' ଭିତରେ ଘୋର ଅନ୍ତର୍ଦାହ ଅନୁଶୋଚନା

    ଆଖି ରେ ଅଜସ୍ର ଅଶ୍ରୁର ବନ୍ୟା,

ହଁ ଅର୍ଥ ବିନିମୟରେ ଦେହର ପଣ୍ୟ ବୃତ୍ତି ତା'ର

ହେଲେ ସେ ତ ଥିଲା ତା' ମନର ମଣିଷ

ସେ ହିଁ ଦେଲା ତାକୁ ସବୁ ତକ ଦୋଷ......!


ଏବେ କେମିତି ନଷ୍ଟ କରିବ ସେ ସଂପର୍କର ସନ୍ତକକୁ

ମାନୁଛି ହାତରେ ଶଂଖା କି

      ମଥାର ସିନ୍ଥିରେ ନାହିଁ ସିନ୍ଦୂର 

କିନ୍ତୁ ଫୁଲ ତ ତାରି କ୍ଷେତର ନା....!


ବିଡାଏ ନୋଟ ଫିଙ୍ଗି ଦେଲେ

    ସବୁ କ'ଣ ଶେଷ ହୋଇଯାଏ ...

ମାତୃତ୍ଵକୁ କିଣା ଯାଇ ପାରେନା ମାଟି କିଛି କିଣିଲା ପରି

ହଁ ଏକଥା ଅଲଗା ଯେ ୟାକୁ ନେଇ

      ଲଢେଇ ଚାଲିଛି ପୁରୁଷ ପୁରୁଷ ଧରି.....


ସ୍ୱାଧୀନତାର ଏତେ ବର୍ଷ ପରେ ବି ସେ ପରାଧୀନ

      ନା ଦେହ ତା'ର ନିଜର, ନା ଅବା ମନ

ସତେ କି ସେ ସିନ୍ଧୁର ମୃତ ଫେଣ

କହିପାର ସାଗର କୂଳରେ

     ଶାମୁକାର ଟାଣ ଆସ୍ତରଣ .........


ଏବେ ବି ଉଦାସୀ ନୟନେ ତା'ର

     ଦିଶୁଛି ଲୁହ ବିନ୍ଦୁ ଟଳ ଟଳ

ବୋଧହୁଏ ଭାବୁଛି

  ଆକାଶେ ତାରା ହୋଇ ଯିବା ଆଗରୁ

      ତା' ପାଇଁ ଆସିବ କି ସୁବର୍ଣ୍ଣ ସକାଳ.....!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy