Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Tragedy

2  

baishnaba meher

Tragedy

ଆଶ୍ରୟ

ଆଶ୍ରୟ

1 min
3.5K




ହେଇ ଦେଖ ଲାଲ୍ ଲାଲ୍ ହେଇ,

ଛିଟିକି ପଡିଛି ରକତ କେତେ ଦୂର,

ଯନ୍ତ୍ରଣାରେ ଆତୁର ହେଇ କରୁଛି ଚିତ୍କାର,

ତଥାପି...

ପାଖେ କେହି ନାହିଁ ଦେବାକୁ ଆଶ୍ରୟ ।


କିଛି ଦୂରେ ଥାଇ କେତେ ଦୂରଦଷ୍ଟା,

କରୁଛନ୍ତି କେତେ ଯେ ଅଶ୍ଳିଳ ଅଙ୍ଗଭଙ୍ଗି,

ଦୁଖାତୁର ସେ ନାରୀର ଦୁ୍ଃଖ ନବୁଝି,

ଫେଁ ଫେଁ ହେଇ କେତେ ହସୁଛନ୍ତି ।


ପାଗଳିନି ଟିଏ କହି ସବୁ ଲୋକ,

ଥୁ ଥୁ କରି ଚାଳିଯାଉଛନ୍ତି କେତେ ଦୂର,

ଏମିତି କେତେ ଦିନ ଯାଏ ବିତି,

ଆଉ...

ସେ ବିଳାପ ସ୍ବର ଶୁଣା ଯାଉନି ।


ଅବେଳରେ ଝରାଫୁଳଟି ମଉଳି ଯାଇଛି,

କେତେ ସଫାଇ କର୍ମି ପାଖକୁ ଆସି,

କୋଉ ଏକ ଜାଗାରେ ଦାହ ପାଇଁ,

ଘୃଣ୍ୟପଣେ ସବକୁ ନେଉଛନ୍ତି ଟେକି ।


ବୈଷ୍ଣବ ମେହେର

ଗଣ୍ଡାବାହାଲି


Rate this content
Log in

Similar oriya poem from Tragedy