STORYMIRROR

Jyotiranjan Acharya

Tragedy

3  

Jyotiranjan Acharya

Tragedy

ଆଶାର ଅପେକ୍ଷାରେ

ଆଶାର ଅପେକ୍ଷାରେ

1 min
275

ଆଶା ସବୁ ବସା ବାନ୍ଧନ୍ତି

ହଜାଇ ଦିଅନ୍ତି ସେ

 ଅନେକାନେକ ସ୍ବପ୍ନର ଗହଳିରେ

ନିଜର ସବୁକିଛି।

ନିଦ ଆସେ ନିଦ ଭାଙ୍ଗେ, 

ସକାଳୁ ଗଛ ତଳେ 

ଝରା ଫୁଲର ଶେଯରେ 

କ'ଣ ମଧୁ ଚନ୍ଦ୍ରିକା ହୋଇପାରେ!

 ରାତ୍ରୀର ସେ ନିଷ୍ଫଳ ସପନ

 ପଛେ ପଛେ ଦିବାସ୍ବପ୍ନର ଲମ୍ବା ଧାଡ଼ି।

ବୃନ୍ତଚ୍ୟୁତ ମଉଳା ଫୁଲରେ ମଧୁ!

ପାଗଳ ନା କ'ଣ!

ହଁ ପାଗଳ ହୋଇ ନଥିଲେ

 ଭଅଁରଟିଏ ହୋଇଥାନ୍ତି ହେଲେ।

ନିରାଶାର ଗଛତଳେ 

ଏମିତି ବସି ନଥାନ୍ତି 

ଆଶାର ଫଳଟିର ଅପେକ୍ଷାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy