ଆଶାର ଅପେକ୍ଷାରେ
ଆଶାର ଅପେକ୍ଷାରେ
ଆଶା ସବୁ ବସା ବାନ୍ଧନ୍ତି
ହଜାଇ ଦିଅନ୍ତି ସେ
ଅନେକାନେକ ସ୍ବପ୍ନର ଗହଳିରେ
ନିଜର ସବୁକିଛି।
ନିଦ ଆସେ ନିଦ ଭାଙ୍ଗେ,
ସକାଳୁ ଗଛ ତଳେ
ଝରା ଫୁଲର ଶେଯରେ
କ'ଣ ମଧୁ ଚନ୍ଦ୍ରିକା ହୋଇପାରେ!
ରାତ୍ରୀର ସେ ନିଷ୍ଫଳ ସପନ
ପଛେ ପଛେ ଦିବାସ୍ବପ୍ନର ଲମ୍ବା ଧାଡ଼ି।
ବୃନ୍ତଚ୍ୟୁତ ମଉଳା ଫୁଲରେ ମଧୁ!
ପାଗଳ ନା କ'ଣ!
ହଁ ପାଗଳ ହୋଇ ନଥିଲେ
ଭଅଁରଟିଏ ହୋଇଥାନ୍ତି ହେଲେ।
ନିରାଶାର ଗଛତଳେ
ଏମିତି ବସି ନଥାନ୍ତି
ଆଶାର ଫଳଟିର ଅପେକ୍ଷାରେ।
