ଆଶାର ଆଲୋକ
ଆଶାର ଆଲୋକ
ତୋ ଆଗମନେ ପୂର୍ଣ୍ଣ ହୋଇଥିଲା,
ମୋ ଜୀବନ ସବୁ ଆଶା ।
ମା' ହେବାର କି ଅପୂର୍ବ ଆନନ୍ଦ?
ଲେଖିବାକୁ ନାହିଁ ଭାଷା ।
ଗୁରୁ ଦିବସର ପବିତ୍ର ସକାଳେ,
ଆସିଥିଲୁ ଧରା ପୃଷ୍ଟେ ।
ଶତ ଲାବଣ୍ୟର ହସ ଖେଳୁଥିଲା,
ଆମ ସମସ୍ତଙ୍କ ଓଠେ ।
ତୋ ଚାରୁ ଚନ୍ଦ୍ରମା ମୁହଁ ଦିଶୁଥିଲା,
ସତେ ଅବା ଜହ୍ନ ରାତି ।
ତୋ ଖୁସି ପାଇଁ ମୁଁ ନିତି ଗାଉଥିଲି,
ଶତ କଳ୍ପନାର ଗୀତି ।
ତୋ ମା' ଡାକ କେତେ ଯେ ମଧୁର,
ସେ କଥା ଜାଣଇ ମୁହିଁ ।
ତୋ ଡାକ ଶୁଣି ଦଉଡି ଆସଇ,
ଆବେଗେ ଅଧୀର ହୋଇ ।
ଶିକ୍ଷା, ଦୀକ୍ଷା ଆଉ ଖେଳ କୌଶଳେ,
ଆଜି ତୁ ସବୁଥିରେ ଅଗ୍ରଗଣ୍ୟ
ରାଧାକ୍ରିଷ୍ଣନଙ୍କୁ ଆଦର୍ଶ ମାନି,
ରଖିବୁ ଏ ଜାତିର ମାନ ।
