Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

4  

Bharatabandhu Biswal

Inspirational

ଆଶାବାଡି

ଆଶାବାଡି

1 min
331



ନଇଁ ଆସେ ସୂର୍ଯ୍ୟ ପଶ୍ଚିମ ଆକାଶେ

ଦଶଦିଶ ଅନ୍ଧକାର

ଆୟୂ ବଳ କ୍ଷୀଣ ଜରା ବ୍ୟାଧିଗ୍ରସ୍ତ

ବାର୍ଦ୍ଧକ୍ୟ ବଡ଼ ନିଷ୍ଠୁର ।

ପୁତ୍ର ଦାରା କନ୍ୟା ନିକଟ ସମ୍ବନ୍ଧେ

ଯଦିବା ସ°ସାର ଗଢା

ମିଥ୍ୟା ମାୟା ମୋହ ଭୋଗ ସୁଖ ସ୍ୱାର୍ଥେ

ବୟସ୍କ ହୁଏ ଅଲୋଡା ।

ଆପଣାର ଲାଗେ ଅଣ୍ଟାକୁ ସଳଖେ

ପ୍ରାଣହୀନ ଆଶାବାଡି

ଚାଲିଥିବା ଯାଏ ନିଶ୍ୱାସ ପ୍ରଶ୍ୱ।ସ

ଗୁରୁଣ୍ଡଇ ଉଠି ପଡି ।

ସ°ସାର ଧରମ କର୍ତ୍ତବ୍ୟ ପାଳନେ

ଆଧୁନିକ ବିମୁଖତା

ଯନ୍ତ୍ର କ୍ରିତଦାସ ବିଚରା ମଣିଷ

ସ୍ୱଭାବରେ ନିଷ୍ଠୁରତା ।

ନ ତୁଟୁ ଭରସା ଆଶା ଓ ବିଶ୍ୱାସ

ମାନବୀୟ ମୂଲ୍ୟବୋଧ

ସ୍ନେହ ପ୍ରେମହୀନ ନିଷ୍କରୁଣ ପ୍ରାଣ

ହଳାହଳ ବିଷ ଜଡ଼ ।

ଅର୍ଥର ଲାଳସା କ୍ଷମତା ପିପାସା

ପ୍ରଲମ୍ବିତ ଅନ୍ଧଗଳି

ଜୀବନ ନୈରାଶ୍ୟେ ନିଖୋଜ ଈଶ୍ୱର

ହରିନାମ ଆଶାବାଡି ।

  


Rate this content
Log in

Similar oriya poem from Inspirational