STORYMIRROR

Kulamani Sarangi

Romance

3  

Kulamani Sarangi

Romance

ଆସ ଥରେ ମୋ ହାତ ଧର

ଆସ ଥରେ ମୋ ହାତ ଧର

1 min
190

କେତେ କଥା ଆସେ ମୋ ମନେ,

ନୀରବତା ତୁମ ନୟନେ,

କହି ପାରେ ନାହିଁ,ରହିପାରେ ନାହିଁ,

ବଞ୍ଚି ପାରେ ନାହିଁ ତୁମରି ବିନେ।


କଥା ମୋତେ କହି ଆସେନା,

କି କହିବି ଜାଣିପାରେନା,

ପଢିନିଅ ମୋର ଆଖି ପ୍ରେମଲିପି,

ପଢିନିଅ ମୋର ହୃଦ ବେଦନା।


ଦେଇଥିଲି ଗୋଲାପ କାଲି,

ପୀରତିର ଅତର ବୋଳି,

ସାଇତି ରଖିବ ପାଖୁଡ଼ା କୁ ତାର,

ଡାଇରୀ ମଝିରେ,ନଯିବ ଭୁଲି।


ଛୁଇଁଛ ତ ହୃଦୟ ମୋର,

ଆସ ଥରେ ମୋ ହାତ ଧର,

ତାରା ଗହଣରେ ବସି ଭୁଲିଯିବା,

ପୃଥିବୀର ତେଲ ଲୁଣ ସଂସାର।


Rate this content
Log in

Similar oriya poem from Romance