STORYMIRROR

Kishore Nayak

Children

3  

Kishore Nayak

Children

ଆସ ସଙ୍ଗାତ ଆସରେ ମିତ

ଆସ ସଙ୍ଗାତ ଆସରେ ମିତ

1 min
180

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


କାଶତଣ୍ଡୀ ଫୁଲେ ସଜାଇ ଗଭା 

      ଶରତ ଆସେ ଦେଖ 

ଶାରଦୀୟ ପର୍ବେ ମା'ଙ୍କ ପୂଜା 

       ଖୁସି ସଭିଙ୍କ ମୁଖ ll


ଆସ ସଙ୍ଗାତ ଆସରେ ମିତ 

      ଗାଇବା ଆମେ ଗୀତ 

ଦଶହରାରେ ମା'ଙ୍କ ପୂଜା 

      ଦେଖିବା ବୁଲି ଯାତ ll


ଖାଇବା କିଣି ଶୂନପାମ୍ପୁଡ଼ି 

      ବାଦାମ, ବୁଟ ଭଜା 

ମୀନାବଜାରେ ବସିବା ଯାଇ 

     ହେବରେ ଭାରି ମଜା ll


ଯାତ ଗହଳି ଭିଡ଼ ଭିତରେ 

      ହାତକୁ ହାତ ଧରି 

ବୁଲି ଦେଖିବା ଯାନିଯାତରା 

      ନକରି ଜମା ଡେରି ll


ମୃଣ୍ମୟୀ ମା'ଙ୍କ ସଞ୍ଜ ଆଳତି 

      ଦେଖିବା ସବୁ ମିଶି 

ଜନନୀ ପାଦେ ପ୍ରଣତି ଢାଳି 

    ହେବାରେ ଆମେ ଖୁସି ll


ଦୁଃଖନାଶିନୀ ଶକ୍ତିଦାୟିନୀ 

     ଦୁର୍ଗତିନାଶିନୀ ମା'

ଯୁଗେ ଯୁଗେ ସେ ଯେ ଆବିର୍ଭୂତା 

     ଦୂର୍ଗା ଅଟେ ତାଙ୍କ ନାଁ ll


ତାଙ୍କରି ହସ୍ତ ପୁଣ୍ୟ ଖଡ୍ଗରେ 

      ପାପର ହୁଏ ବଧ 

ସତ୍ୟର ହୁଏ ବିଜୟ ଏଠି 

     ଅସତ୍ୟ ଶିର ଛେଦ ll


ମା'ଙ୍କ ଏଇ ଶାରଦୀୟ ପର୍ବେ 

     ଶପଥ ନେବା ଆସ 

ସତ୍ୟ ଅମୃତ ଢାଳି ସବୁଠି 

     ନାଶିବା ପାପ ବିଷ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children