ଆସ ପୋତିଦେବା ଚାରାଟିଏ
ଆସ ପୋତିଦେବା ଚାରାଟିଏ
ଆସ ପୋତିଦେବା ଚାରାଟିଏ
ବଡ଼ ହୋଇ ହେବ ଦ୍ରୁମ ଗୋଟିଏ
ବାଣ୍ଟିଯିବ ଅମ୍ଳଜାନ ସିଏ
ଦେଉଥିବ ସଦା ଛାଇ ଟିକିଏ
ଫଳ ଫୁଲ ଭାରେ ମୁଣ୍ଡ ନୂଆଁଏଁ
ଆସ ପୋତିଦେବା ଚାରାଟିଏ ।
ବଡ ହୋଇ ପକ୍ଷୀ ବସା ସେ ହୁଏ
ପଥିକ ଟିକିଏ ଥକ୍କା ମେଣ୍ଟାଏ
ଫୁଲରୁ ନନା ଜାତି ଔଷଧ ହୁଏ
ତା ଫଳ ଶରୀର ସୁସ୍ଥ ରଖିଥାଏ
ଆସ ପୋତିଦେବା ଚାରାଟିଏ ।
ବିଶ୍ୱାସ ର ମନ୍ତ୍ର ବୁଣେ ଏକା ସିଏ
ଶୁଦ୍ଧ ନିଶ୍ୱାସ ର ଭରସା ସେ ଦିଏ
ତାପତ୍ରରେ ଔଷଧୀୟ ଗୁଣ ଭରା ଥାଏ
ପଶୁଙ୍କ ନିର୍ଭୟ ଆଶ୍ରୟସ୍ଥଳୀ ସିଏ
ଆସ ପୋତିଦେବା ଚାରାଟିଏ ।
ମଣିଷ ର ଉପକାରୀ ବନ୍ଧୁ ସିଏ
ପଶୁ ପକ୍ଷୀ ଙ୍କର ଅସରା ଆସରା ଯିଏ
ତା ଯତ୍ନ ନେଲେ ଆମ ଧର୍ମ ହୁଏ
ଛନ୍ଦ ଯାଣେନାହିଁ ନିସ୍ଵାର୍ଥପର ସାହା ହୁଏ
ଆସ ପୋତିଦେବା ଚାରା ଟିଏ ।
ଯା ଛାଇରେ ଦୁଇଘଡ଼ି ଯୋଗ ଶିଖିହୁଏ
ଡାଳରେ ଖେଳିଦୋଳି ସଭାସମିତି ମେଳି
କରାଯାଏ, ପୁଣି ସମଗ୍ରସତ୍ତା ତା ଦେଇଦିଏ
ତା ଯୋଗୁଁ ବରଷା ବେଉସା ମାନ ରହେ
ଆସ ପୋତିଦେବା ଚାରାଟିଏ ।
ନିଶ୍ୱାସେ ପ୍ରଶ୍ୱାସେ ବହିବାକୁ ଦେବ ଯିଏ
କେହି ନଥିଲେ ବି ସେ ଏକା ଥିବ ଖୋରାକଟିଏ
କବିତା ଗଳ୍ପ ନୁହେଁ ସତ ସ୍ବପ୍ନ ର ସତ କଥା ସିଏ
ଉପକାରୀ ରଖେ ମହାମାରୀ ଯିଏ
ଦଇବ ଦୁର୍ବିପାକରୁ ମଣିଷ ର ରକ୍ଷାକାରୀ ହୁଏ
ଆସ ଲଗେଇବା ପ୍ରତ୍ୟକ ଚାରା ଟିଏ l