ଆସ ମାଆ
ଆସ ମାଆ
ଜୟ ଭଗବତୀ ବିରଜେ ବରଦେ
ଜୟ ମା ଶିବାନୀ ଦୁର୍ଗେ
ଆସ ଅବତରୀ ଏ ମରତଧାମେ
ମା ସ୍ୱାଗତ ବସନ୍ତ ପର୍ବେ ।
ପାପ ବିନାଶିନୀ ମହିଷମର୍ଦ୍ଦିନୀ
ଜୟ ମା ସିଂହ ବାହିନୀ
ନାଶକର ବ୍ୟାଧି ଦୁଃଖ ମହାମାରୀ
ସିଦ୍ଧି ବୁଦ୍ଧି ପ୍ରଦାୟିନୀ ।
ଘୋର ଏ ସଙ୍କଟ ଆତୁର ଜଗତ
ବିକଟ ଆସୁରୀ ବଳ
ତ୍ରାହିମାମ୍ ଦେବୀ ବିନାଶ ଦୂରିତ
ଶୂମ୍ଭ ନିଶୁମ୍ଭ କପାଳ ।
ଘେନ ଭକ୍ତି ଅର୍ଘ୍ୟ ହୁଅ ମାତ ପ୍ରୀତ
ଦିଅ ବାରେ ଶୁଭାଶିଷ
ଶୂଳ ଶସ୍ତ୍ରାଘାତେ ନାଶ ହେଉ ପାପ
ଦୁଃଖ ଦାରିଦ୍ର୍ୟ କଳ୍ମଷ ।
ପବିତ୍ର ସଙ୍କଳ୍ପ ଶୁଦ୍ଧ ପରିବେଶ
କଲ୍ୟାଣ ମହତ କର୍ମେ
ଜନ ମନେ ହେଉ ଜାଗରଣ ସ୍ୱସ୍ତି
ନମସ୍ତସୈ ଦେବୀ ଦୁର୍ଗେ ।
