STORYMIRROR

Pranati Jena

Inspirational

3  

Pranati Jena

Inspirational

ଆସ ମାଆ ଅବତରି

ଆସ ମାଆ ଅବତରି

1 min
206


ମାତଃ ପୁନସ୍ତବ ମନୋରମ ଦର୍ଶନେନ

ଲବ୍ଧଂ ପ୍ରଭୂତ ସୁଖମଦ୍ୟ ଜଗଜନୈନ,

ଶକ୍ତ୍ୟl ବିନାଶିତ ଚରାଚର ଘୋର ପୀଡେ

ଭକ୍ତ୍ୟl ତ୍ବଦୀୟ କମନୀୟ ପଦାବ୍ଜ ମୀଡେ...


ଚାହେଁ ନାହିଁ ମାଆ ମୋହ, ମୁକ୍ତି, ମୋକ୍ଷ

  ଭାବ ଭାବନାରେ ମୋର,

ମୋ ଶବ୍ଦରେ ଆସ ଶ୍ୱାସରେ ବିଶ୍ୱାସ

  ଅମଳିନ ଚେତନା ର......


ଆଶା ବିଶ୍ୱାସର ସଞ୍ଜିବନୀ ରାଜି 

  ଶୂନ୍ୟରେ ପୂର୍ଣ୍ଣତା ଭରି,

ହଜି ସାରିଛି ମୁଁ "ପ୍ରଛାୟା ଲୋ ସାଜି

  ପ୍ରାପ୍ତି, ଅପ୍ରାପ୍ତିରୁ ହାରି......


ନମ୍ରତା ପ୍ରାଙ୍ଗଣେ ଭ୍ରମତା ସରିଛି

  ଅଲେଖା ଅତ୍ମୀୟତାରେ,

ସାଧନା, ତିତିକ୍ଷା ସ୍ୱୀକାରୀ ସାରିଛି

  ମୋ ମାନସ ଇଲାକାରେ......


ବିଶ୍ୱାସକୁ ମୋର ଏରୁଣ୍ଡି ସଜାଇ

  ଉନ୍ମୁକ୍ତ ମୋ ହୃଦଦ୍ୱାର,

ପ୍ରତୀକ୍ଷା ପାର୍ବଣେ ରଙ୍ଗ ବୁଣି ଦେଇ

  ଆବାହନୀ ଅନ୍ତରର.......


ବିଭୋରିତ ଇଚ୍ଛା ଭିଜିବାର ନିଶା

  ଅସରନ୍ତି ସୌଭାଗ୍ୟର,

ପ୍ରାରବ୍ଧର ଫର୍ଦ୍ଦ ଶାମୁକାରୁ ମୁକ୍ତା

  ବିଲୁପ୍ତ ଶ୍ରୀ ପଦେ ମୋର.......


ଶୂନ୍ୟତା ପଥରେ ଅୟୁତ ସ୍ପନ୍ଦନ

  ରୁଣୁ, ଝୁଣୁ ଶବ୍ଦ ରାଜି,

ଅଷ୍ଟମୀ ପଖଳା ମୃଦୁପଦ ସ୍ଵନ

  କବଚ, କୀଳକ ସାଜି......


ଅଧିର, ବିଭୋର ଆତ୍ମାପକ୍ଷୀ ମୋର

  ତିତିକ୍ଷିତ ମୁହୂର୍ତ୍ତର,

 ଅଚଳ, ସଚଳ, ଚଞ୍ଚଳ ଭାବର

   ସମ୍ପର୍କ ସେ ସମ୍ବନ୍ଧର.......


କାହିଁ କେତେ କାଳୁ ବନ୍ଧନର ସୂତ୍ର

  ଅଛିଣ୍ଡା ସେ ସମ୍ପର୍କର,

ସେଇ କୁନି ହୃଦ ଆଜି ଝୁରେ ପଦ

  ଆକର୍ଷଣ ବନ୍ଧନର......


ଅଶୋକାଷ୍ଟମୀରେ ଶୋକ ଦୁଃଖନାଶୀ

  କଢି, ଫୁଲ ଅଶୋକରେ,

ପୀୟୂଷ ଭରି ମାଆ ସଂସାରର ତରୀ

   ଯତନେ ଯାତନା ହରେ.......


ତୋ ସିଦ୍ଧକୁଞ୍ଜିକା କୁଞ୍ଜିକାଠି ହୋଇ

  ହୃଦୟର ଦରବାରେ,

ସହସ୍ରନାମ ତୋ ଆୟୁଧ ସଜାଇ

  ନିର୍ଲିପ୍ତ ସଂସାର ତୀରେ........


ଶ୍ରୀ ଦୁର୍ଗା ତାରିଣୀ ମାଲୋ ସନ୍ତୋଷିନୀ

  ପରମ ବୈଷ୍ଣଵୀ ଶ୍ରୀୟେ,

 ଚରଣେ ଆଶ୍ରିତା ବିଭବ ଦୟିନୀ

  ଶରଣ ମାଆ ପଦ ପ୍ରିୟେ.......


ତୋର ପଣତେ ମାଆ ରଖିଛୁ ଘୋଡାଇ

  ସ୍ନେହର ପରଷ ଦେଇ,

ଏଇ ଦୁନିଆରେ ତୋର ପରି କେହି

   ମମତା ବୁଝନ୍ତି ନାହିଁ........


ମମତାର ମନ୍ଦାକିନୀ ସ୍ରୋତଧାରେ

   ଅମୃତସ୍ପର୍ଶେ ଭିଜାଇ,

ସ୍ପର୍ଶେ ହୃଦୟର ସାଇତା ସ୍ଵାକ୍ଷରେ

   ଶିହରଣେ ଲୋ ହଜଇ......




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational