STORYMIRROR

Sangita Mishra Satapathy

Classics

4  

Sangita Mishra Satapathy

Classics

ଆସ ମାଆ ଆସ ତୁମେ

ଆସ ମାଆ ଆସ ତୁମେ

1 min
205


ଆସ ମାଆ ଆସ ତୁମେ 

ଶରତର ଏଇ ଶୁଭ୍ରତାରେ 

ସୂର୍ଯ୍ୟୋଦୟର ରକ୍ତିମାରେ 

ଶିଶିର ବିନ୍ଦୁର ମୁକୁତାରେ ।

ନୀଳ ଆକାଶର ମେଘ ମାଳାରେ

ସବୁଜ କ୍ଷେତର ସବୁଜିମାରେ 

ନୀଳ କଇଁର ମାଦକତାରେ

କାଶତଣ୍ଡୀର ସୌନ୍ଦର୍ଯ୍ୟରେ ।


ପଦ୍ମପାଖୁଡାର କୋମଳତାରେ 

ମଧୁପର ମଧୁ ଗୁଞ୍ଜନରେ

ଶୁଭ୍ରଚନ୍ଦ୍ରମାର ଶୀତଳତାରେ 

ଶରତର ଏଇ ମୃଦୁ ମଳୟରେ ।

ପ୍ରତି ହୃଦୟର ସ୍ପନ୍ଦନରେ 

ବଜେ ମୃଣ୍ମୟୀ ମୂରତି ରୂପରେ

ଶିଶୁର ଦରୋଟି ହସରେ 

ନାରୀ ଶକ୍ତି ଦେବୀ ରୂପରେ।

ଉଭା ହୁଅ ମାଆ ଧରା ପୃଷ୍ଠରେ 

କରୋନାକୁ ବଦ୍ଧ ଅଚିରେ 

ସୁଖ ଶାନ୍ତି ବାଣ୍ଟିଯାଅ ଧରାରେ

ଏଇ ଅଳି ପାର୍ବଣ ବେଳାରେ। 



Rate this content
Log in

Similar oriya poem from Classics