ଆସ ହେବା ବାସ୍ତବ ଦୁର୍ଗା
ଆସ ହେବା ବାସ୍ତବ ଦୁର୍ଗା
ଆସ ହେବା ଆମେ ବାସ୍ତବ ଦୁରୁଗା
ଆମେ ହେବା ଶକ୍ତି ରୂପା l
ଗ୍ରାମେ ଗ୍ରାମେ କୁନି ଝିଅ ଓ ଭଉଣୀ
ହୋଇବେ ଶକ୍ତି ସ୍ୱରୂପା ll
ଗାଁରୁ ସହର ନାରୀ ଶିକ୍ଷାର ପ୍ରସାର
କରିବା ସଭିଏଁ ମିଶି l
ନଡ଼ିଆ ବଦଳେ ଖାତା ବହି ଦେଇ
ଗଢିବା ଦୁରୁଗା ହସି ll
ନ ରହିବେ କେହି ଅପାଠୁଆ ନାରୀ
ସଭିଏଁ ହେବେ ଶିକ୍ଷିତା l
ଲୋଡ଼ା ହେବ ନାହିଁ ଖଡ଼ଗ ତ୍ରିଶୂଳ
ହୋଇବେ ସରବ ଜିତା ll
ଆତ୍ମ ରକ୍ଷା ଶିକ୍ଷା ନାରୀତ ପାଇବେ
ସର୍ବେ ହୋଇବେ ଶବଳା l
ନ ରହିବେ କେହି ନିରକ୍ଷର ନାରୀ
ଦୁରୁଗା ହୋଇବେ ବାଳା ll
ମହିଷାସୁର ରାଷ୍ଟ୍ରେ ରହିବେ ନାହିଁ
ସଭିଏଁ ହେବେ ବିନାଶ l
ନାରୀ ଶିକ୍ଷା ଲୋଡ଼ା ରାଷ୍ଟ୍ର ଗଠନ ରେ
ଦୁରୁଗା ହେବେ ଅଶେଷ ll