STORYMIRROR

Bidyadhar Mantry

Drama Romance Classics

4  

Bidyadhar Mantry

Drama Romance Classics

ଆସ ହେ ଶ୍ରାବଣ

ଆସ ହେ ଶ୍ରାବଣ

1 min
13


ଅତିଶୟ କ୍ରୋଧ ଯେପରି ସୁସ୍ଥିର 

କ୍ରମେ ପର ମୁହୂର୍ତ୍ତରେ

ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣ କ୍ରମଶଃ

ହ୍ରାସ ମୌସୁମୀ ସମୀରେ

ଧରା ବକ୍ଷେ ଶୀତଳତା ବିରାଜିଛି 

ମୌସୁମୀ ପବନ ଧାରେ 

ନିଦାଘ ର ଜ୍ଵାଳା କ୍ରମେ ଉପଶମ

ବର୍ଷା ବୁନ୍ଦା ସହିତରେ


ସବୁଜତା ଭରା ଉଦ୍ଭିଦ ଜଗତେ

ଫୁଲ ଫଳର ସମ୍ଭାର

ପାଦ ଚଲା ରାସ୍ତା ଧାରେ ହୁଏ ଦୃଶ୍ୟ

ଫୁଲ ଭିନ୍ନ ରକମର

ସୁଖଦ ଋତୁ ଏ ଶ୍ରାବଣ ଧାରାରେ

ବର୍ଷା ଝରେ ଛମ୍ ଛମ୍ 

ବର୍ଷା ତାଳେ କେତେ ଖେଳ କୁତୁହଳେ

ନାଚ ପୁଣି ଧମ୍ ଧମ୍ 

ପବନରେ ମେଘ ଉଡ଼େ ତୁଳା ପରି

ଆକାଶରେ ଭାସମାନ

ମୋତି ମାଳ ଛିଣ୍ଡି ବିଛୁରିତ ସମ

ବର୍ଷା ବୁନ୍ଦା ର ପତନ

ଧରଣୀ କୁ ବର୍ଷା ଚୁମି ଦେଲେ ଥରେ

ଆଦ୍ରତା ଧରଣୀ ଦେହେ

ମାଟିର ମହକ ହୁଅଇ ବ୍ୟାପକ

ଗଭାର ଗଜରା ପ୍ରାୟେ


ଅସୁମାରୀ ଆଶା ଭରସା ସହିତ

କୃଷକ ବୁଣେ ବିହନ

ବର୍ଷା ବିନା ପ୍ରାୟ ପ୍ରାଣ ସନ୍ତାପିତ 

ଥିଲା ମନ ଚିନ୍ତାମଗ୍ନ

ଶ୍ରାବଣ ବର୍ଷାର ମତୁଆଲା ଧାରେ

ରାଧା ସମ ପ୍ରେମ ଭାବ

ଫେନିଳ ଯୌବନ କୁମାରୀ ଅଙ୍ଗରେ

ପ୍ରେମୀ ସମ ହାବ ଭାବ 

ଗ୍ରାମ୍ୟ ପରିବେଶ ପୁଣି ଶସ୍ୟ କ୍ଷେତ୍ରେ

ଥାଇ ବି ପ୍ରେମ ଭାବନା

ପ୍ରେମର ଇଶାରା ଧାରେ ପ୍ରେମିକ କୁ

ଆତ୍ମ ନିର୍ଭର ସୂଚନା


ଶ୍ରାବଣ ମାସର ଏହି ପ୍ରେମ ଋତୁ

ହୃଦେ ପ୍ରେମ ଭାବ ଜାତ

ପ୍ରେମୀ ଯୁଗଳଙ୍କ ଉଦ୍ଦାମତା ପ୍ରାୟ

ଦୋଳି ଝୁଲଣା ସହିତ

ପର୍ବର ସମ୍ଭାର ଭିନ୍ନ ଆକର୍ଷଣ

ଶ୍ରାବଣ ବର୍ଷାର ଧାରେ

ବର୍ଷା ଭିଜା ପ୍ରିୟା ଦର୍ଶନ ଲାଳସା

କ୍ଷେତ ଅବା ପାର୍ବଣରେ

ପ୍ରାଙ୍ଗଣରେ ଆଶା ଦୀପ ଶିଖା ସମ

ପ୍ରଜ୍ବଳିତ ବର୍ଷା ଧାରେ

ଶସ୍ୟ କ୍ଷେତ୍ର ଯେବେ ପବନର ଧାରେ

ହସୁ ଥାଏ ଲହରୀ ରେ

ପ୍ରେମର ଭାବନା ହୁଏ ଉଜ୍ଜୀବିତ

ଶ୍ରାବଣ ଆଗମନରେ

ଘୃଣା ମନୋଭାବ ଦୂର ହୁଏ ଆପେ

ଶ୍ରାବଣ ବର୍ଷାର ଧାରେ


ବର୍ଷାରେ ଜୀବନ ଶକ୍ତି ବି ନିହିତ 

ସ୍ଵାଗତ ଯୋଗ୍ୟ ଶ୍ରାବଣ 

ଆସ ହେ ଶ୍ରାବଣ ଶାନ୍ତି ଦୂତ ତୁମେ

ଧରା ହେଉ ପ୍ରେମ ପୂର୍ଣ୍ଣ ।


Rate this content
Log in

Similar oriya poem from Drama