STORYMIRROR

Sangita Mishra Satapathy

Romance

3  

Sangita Mishra Satapathy

Romance

ଆସ ଗୋ ବର୍ଷା

ଆସ ଗୋ ବର୍ଷା

1 min
252

ଆସ ଗୋ ବର୍ଷା 

ଭିଜାମାଟିର ଏ ମିଠା ମହକ

ମନରେ ଭରଇ ନୂଆ ପୁଲକ

ଆନମନା କରେ ବରଷା ଧାର

କାନ ପାଶେ ତୋଳେ କି ମିଠା ସୁର

ରିମ୍ ଝିମ୍ ସେହି ମଧୁର ତାନ

ଶୁଣି ଅଥୟ ଅଧୀର ମନ

ମୋ ମନ ମୟୂରୀ ନାଚଇ ଆଜି

ଆକାଶରେ କଳା ବଉଦ ଦେଖି

ସତେ କି ତୃଷିତ ଚାତକ ମୁହିଁ 

ବସି ରହିଛି ତୋ ବାଟକୁ ଚାହିଁ 

ଆସ ଗୋ ବର୍ଷା ମୋ ପାଇଁ ଆସ

ଖୋଜେ ଆଜି ମୁହିଁ ତୁମ ପରଶ

ହଜାଅ ମତେ ସଜାଅ ମତେ

ତୁମରି ସ୍ପର୍ଶରେ ହଜାଅ ମତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance