STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ଆସ ବୁଲିଯିବା ଡାକ୍ତରଖାନା

ଆସ ବୁଲିଯିବା ଡାକ୍ତରଖାନା

1 min
159

ଆସ ବୁଲି ଯିବା ଭାଇ ଡାକ୍ତରଖାନା 

ଦେଖିବା କିପରି ମଣିଷ ପାଏ ଯାତନା 

ଦେଖି ମଣିଷ ର ଦୁଃଖ ଯାତନା 

ଦୂର ହୋଇଯିବ ଭାଇ ହୀନ ଭାବନା।


ଗର୍ବ ଅଂହକାର ଭାଙ୍ଗି ଯେ ଯିବ 

ମୁଁ ମୁଁ ମୁକାର ଯେ ଉଭେଇ ଯିବ 

ଧନ ଯଉବନ ସୁନ୍ଦର ଶରୀର 

ସବୁ କିଛି ଫିକା ଫିକା ଲାଗିବ।


କେଉଁଠି ମରି ଯାଉଛି ମଣିଷ ର ମଣିଷତ୍ୱ 

ଛାଡ଼ି ଯାଉଛି ବେଡ଼ରେ ପୁତ୍ର ନିଜ ମାତପିତ 

ବେସାହାରା ହୋଇ ହୋଇ ଅସହାୟିତ 

ମାତା ପିତା ମର୍ତ୍ୟୁ ପାଇଁ ରହୁଛି ହୋଇ ଉପେକ୍ଷିତ ।


ଡାକ୍ତରଖାନା କହେ କରି ଅଟ୍ଟାହାସ୍ୟ 

ଦେଖ ଦେଖ କର୍ମ ଆଜିର ସଭ୍ୟ ଶିକ୍ଷିତ ପୁତ 

ନିଜ ଜନ୍ମ ଦାତା କୁ କିପରି କରୁଛି ଅବହେଳିତ 

ଗର୍ବ କରି ଜନ୍ମ କରିଛି ପୁତ ବୋଲି କହୁଥିବା ମାତପିତ 

ଅସହାୟ ହୋଇ କିପରି ମୃତ୍ୟୁ ପାଇଁ ରହିଛି 

ହୋଇ ଅପେକ୍ଷିତ ହୋଇ ଅପେକ୍ଷିତ।


ପୁଣି କେଉଁଠି ଦେଖିବ ମଣିଷ ଭିତରେ ଥିବା ଦେବତ୍ୱ 

ବିନା ସ୍ୱାର୍ଥରେ ସଦା ଥାଏ ଦିନରାତି ସେବାରତ 

ନିଜ ପର ଧନୀ ଗରିବ ରେ ନ କରି ସିଏ ପରଭେଦ 

ସଭିଙ୍କୁ ସେବା କରିଯାଏ ସେ ନିଃସ୍ୱାର୍ଥୀ ସେବକ 

ହୋଇ ହରଷିତ ହୋଇ ହରଷିତ।


କେତେ କେତେ ପ୍ରକାର ମୁକାରୀ ବ୍ୟକ୍ତି ଆସନ୍ତି 

ଯିଏ ଅନ୍ୟକୁ ସବୁବେଳେ ତୁଚ୍ଛ ଭାବନ୍ତି 

ନିଜକୁ ଯିଏ ସର୍ବ ଶକ୍ତିମାନ କହୁଥାଆନ୍ତି 

ଧନ ମୋହରେ ଅନ୍ୟକୁ ହେୟ ମଣନ୍ତି 

ମାନବିକତା ଗୁଣ ଯିଏ ଫୋଫାଡ଼ି ଦେଇ ଥାଆନ୍ତି 

ସେମାନଙ୍କୁ କିପରି ଜରା ରୋଗ ଭାଙ୍ଗି ଦିଏ 

ତାହା ଡାକ୍ତରଖାନା ଆମକୁ ବୁଝାଇ ଥାଏ।


ଆସିବ ଯେବେ ବୁଲି ଡାକ୍ତରଖାନା 

ଉଭେଇ ଯିବ ମନୁ ଗର୍ବ ଅହଂ ଭାବନା 

ଦୟା ମାୟା ସ୍ନେହ ଶ୍ରଦ୍ଧା ଭରି ହୃଦୟେ 

ଡାକ୍ତରଖାନା ଜାଗ୍ରତ କରେ ମନେ ସଦଭାବନା 

ସେ ସଦଭାବନା ପରକୁ ବି କରେ ଆପଣା 

ମନୁ କାଢ଼ି ଫିଙ୍ଗି ଦିଏ ଅନ୍ୟକୁ କରିବା ତାତ୍ସଲ୍ୟ ଭାବନା 

ତେଣୁ ଥରେ ବୁଲି ଆସ ଡାକ୍ତରଖାନା 

ଭୁଲି ଯିବ ନିଜର ସବୁ ଦୁଃଖ ଯାତନା 


ମନ ବଦଳି ଯାଇ ଜାଗ୍ରତ ହେବ ମନେ ଭାଇ 

କେବଳ ହିଁ କେବଳ ସଦଭାବନା ସଦଭାବନା 

ସଦଭାବନା କିପରି ଆସେ ମନକୁ ବୁଝାଏ ଡାକ୍ତରଖାନା 

ତେଣୁ ଯେମିତି ହେଉ ଭାଇ 

ଆସ ବୁଲିଯିବା ଥରେ ଡାକ୍ତରଖାନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational