STORYMIRROR

Sasmita Choudhury

Romance Fantasy

3  

Sasmita Choudhury

Romance Fantasy

ଆସ ବନାଇବା ନୀଡ

ଆସ ବନାଇବା ନୀଡ

1 min
251

ଶୋରିଷ ଫୁଲର ସୁନେଲୀ ଆଭାରେ 

ଆତ୍ମବିସ୍ମୃତ ମୁଁ ହୁଏ, 

ତୁମ ଗାଁର ସେ ପାହାଡ଼ ଶିଖକୁ

ନିରେଖି ମୁଁ ଚାହିଁ ଥାଏ। 


ଜ୍ୟୋତ୍ସ୍ନାରେ ସିନା ଭିଜୁଥାଅ ତୁମେ

ତୁମ ଆଖି ଦୁଇ ନୀଳ କଇଁ, 

ତୁମେ ଏକା ନୁହେଁ, ମୁଁ ବି ଜୀଇଁଛି 

ନିଜ ଲୁହ ନିଜେ ପିଇ। 


ତୁମ ମୋ ବିନା ସେ କାହାଣୀ ଆଉ

କିଏ ସେ ପଢିବ କୁହ? 

ଦୁଇ ହୃଦ ଆମ, ସେଇ କାହାଣୀର 

ନୀରବ ବାର୍ତ୍ତାବହ। 


ଜହ୍ନ ଜୋଛନା ଦିଏ ଶୀତଳତା 

ପ୍ରାପ୍ତିରେ ଯେ ପରିପୁଷ୍ଟ, 

ଅପ୍ରାପ୍ତି ଅତୃପ୍ତି ମନେ ଭରେ କୋହ 

କଇଁ ହସ ଦିଏ କଷ୍ଟ। 


କି ଲାଭ ବା ଆଉ ସ୍ବପ୍ନ ସାଇତି 

ପାଲଟିଛେ ଆମେ ପୃଥିବୀର ଦୁଇ ମେରୁ, 

ଏକ ଦୁନିଆରେ ଥାଇ ବି ତ 

ତୁମେ "ସାହାରା" ମୁଁ "ଥର୍ ମରୁ"। 


ତୁମେ ବି ଏକାକୀ, ମୁଁ ବି ତ ଏକା

ଆସ ବନାଇବା ନୀଡ, 

ଦୃଢତାର ଛାତ, ବିଶ୍ବାସ ଦୁଆର 

ପ୍ରେମ ହେବ କାନ୍ଥ ବାଡ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance