STORYMIRROR

Jayashree Maharana

Romance

3  

Jayashree Maharana

Romance

ଆସ ଆମେ ଲେଖିଦେବା

ଆସ ଆମେ ଲେଖିଦେବା

1 min
201

ଆସ ଆମେ ଲେଖିଦେବା

ପ୍ରେମର କାହାଣୀଟିଏ

ରାଧାକୃଷ୍ଣ ପରି ଥିବ

ଦିବ୍ୟତ୍ୱର ଧାରାଟିଏ ।


ନଥିବ ଛଳନା ଭରା

ଧୋକା ଆଉ ପ୍ରତାରଣା

ନୂଆ ଉଦାହରଣରେ

ସାଜିବା ଆମେ ପ୍ରେରଣା ।


ନଥିବ ସ୍ୱାର୍ଥର ଗନ୍ଧ

ମିଳନର ଅଵଶୋଷ

ମିଠା ରାଗରୁଷା ଥିବ

ନଥିବ କିଞ୍ଚିତ ଦ୍ଵେଷ ।


ପ୍ରତୀକ୍ଷାର ପ୍ରଦୀପଟେ

ଜଳୁଥିବ ଦୁଇ ହୃଦେ

ମନପ୍ରାଣ ହଜିଥିବ

ସମ୍ମୋହନ ଭରା ଦିଗେ ।


ଶକ୍ତ ହେଉଥିବ ନିତି

ଆମ ସମ୍ପର୍କର ଗତି

ଗାଉଥିବ ଏ ସମାଜ

 ଶାଶ୍ୱତ ପ୍ରୀତିର ଗୀତି ।


Rate this content
Log in

Similar oriya poem from Romance