ଆସ ଆମେ ହେବା ସଜାଗ
ଆସ ଆମେ ହେବା ସଜାଗ
ଆସ ଆମେ ହେବା ସଜାଗ
ହେବନାହିଁ ଆମକୁ ରୋଗ।
ଗହଳି ସ୍ଥାନକୁ ନଯିବା
ମାସ୍କକୁ ମୁହଁରେ ବାନ୍ଧିବା।
ବର୍ଷାରେ ହେବା ନାହିଁ ଓଦା
ଚା' ପିଇବା ପକାଇ ଅଦା।
ସାବୁନରେ ହାତ ଧୋଇବା
ଗୃହ ପରିଷ୍କାର ରଖିବା।
ତୁଳସୀରେ ବିଷ୍ଣୁ ପୂଜିବା
ତୁଳସୀ ସେବନ କରିବା।
ଏ.ସି.ଠାରୁ ବହୁତ ଦୂରେ
ରହିବାକୁ ହେବଟି ଘରେ।
ଥଣ୍ଡା ପାନୀୟ ଫ୍ରିଜ ପାଣି
କେବେହେଲେବି ପିଇବାନି।
କାଡ଼ା ବନାଇକି ପିଇବା
ଗରମ ଚିକିତ୍ସା କରିବା।
ଯୋଗ ପ୍ରାଣାୟାମ ନିଇତି
କଲେ ଟଳିବ ପରିସ୍ଥିତି।
ଦୂରତା ମେଣ୍ଟେନ କରିବା
ଗରମ ଖାଦ୍ୟକୁ ଖାଇବା।
ତେବେ ଯାଇ ରକ୍ଷା ପାଇବା
କରୋନା କଡ଼ିକୁ ଭାଙ୍ଗିବା।
ଲହର ପରେ ଲହରକୁ
ଡେଇଁବାକୁ ହେବ ଆମକୁ।
ଆସ ଆମେ ହେବା ସଜାଗ
ହେବ ନାହିଁ ଆମକୁ ରୋଗ।
ଦେଖରେ ଆମ ସରକାର
ହୋଇଗଲେଣି ହୁସିଆର।
ସାରା ଦେଶେ ଟୀକା ବ୍ୟବସ୍ଥା
କରିଣ ସମ୍ଭାଳି ଅବସ୍ଥା।