ସତ୍ୟବାନର ପ୍ରତିଜ୍ଞା
ସତ୍ୟବାନର ପ୍ରତିଜ୍ଞା


ଜୀବନେ ଆସି ମୋ ବ୍ରତୀ ହେଲ ତୁମେ
ସଜେଇ ମଥାର ସିନ୍ଦୂର,
ତୁମେ ହିଁ ତ ମୋର ଆଶା ଓ ଭରସା
ନିଶ୍ୱାସ ମୋ ପ୍ରାଣ ବିନ୍ଦୁର ।
ମନର ମାନସୀ ମୋ ମନ ମୋହିନୀ
ହୃଦୟେ ରହିଲି ହୋଇ ତୁମ ସଞ୍ଜ ଆଳତୀ,
ପ୍ରତିଦାନେ ମୁହିଁ ପ୍ରତିଜ୍ଞା କରୁଛି
ତୁମେ ହିଁ ମୋ ପ୍ରାଣ ମଧୁମାଳତୀ ।
ଶୟନେ ସପନେ ତୁମ ନିଷ୍ଠା ପ୍ରେମେ
ଶ୍ରଦ୍ଧାରେ ମୋ ମନ ଜିଣିଛ,
ତୁମେ ମୋ ସାବିତ୍ରୀ ମୁହିଁ ସତ୍ୟବାନ
ଆଜି, ତୁମେ ପ୍ରେମ ମୂଲ୍ୟେ ମୋତେ କିଣିଛ ।