ଆର୍ଯ୍ୟ ବଧୂ
ଆର୍ଯ୍ୟ ବଧୂ
ମନ୍ଦ୍ର ଦେଶ ରାଜା ଅଶ୍ୱପତି ଯହିଁ
ଅଶେଷ ପୁଣ୍ୟ ବଳେ
ସୁଦୁହିତା ରୂପେ ହୋଇଲେ ପ୍ରାପତ
ସାବିତ୍ରୀଙ୍କୁ ନିଜ କୋଳେ ।
ଚନ୍ଦ୍ର ଜିଣି କାନ୍ତି ଅପରୂପ ଜ୍ୟୋତି
ରୂପସୀ ଅତୁଳନୀୟା
ଶଶି କଳା ସମ ବଢ଼ି ସେ ହୋଇଲେ
ଭରା ଯୌବନେ ଠିଆ ।
ଘେନି ସହଚରୀ ବନସ୍ତେ ବିହରି
ଭେଟିଲେ ସେ ସତ୍ୟବାନ
ଚାରି ଚକ୍ଷୁ ର ଯେ ମିଳନ ହୋଇଲା
ମିଶିଗଲା ମନ ପ୍ରାଣ ।
କହିଲେ ନାରଦ ଏକ ମାତ୍ର ବର୍ଷ
ଅଛି ମାତ୍ର ପରମାୟୁ
ଆର୍ଯ୍ୟ କନ୍ୟା କହେ ହୃଦୟେ ବରିଛି
ଭାଗ୍ୟେ ମୋର ଯାହା ଥାଇ ।
ପତି ରୂପେ ବରି ମାହା ଆନନ୍ଦ ରେ
ମହାସତୀ ଆର୍ଯ୍ୟବଧୁ
ସେବା କର୍ତ୍ତବ୍ୟ ଓ ଭକତି ତାଙ୍କର
ଅସରନ୍ତି ମହାସିନ୍ଧୁ ।
ବରଷ ନିକଟ ହୋଇଲା ପ୍ରବେଶ
ରଖିଲେ ସେ ମହା ବ୍ରତ
ସ୍ବାମୀଙ୍କୁ ଆତୁରେ ଜଗି ସେ ରହିଲେ
ପଦଧ୍ୟାୟୀ ଅହୋରାତ୍ର ।
ଗଲେ ସତ୍ୟବାନ ବନସ୍ତ କୁ ଚଳି
ସଙ୍ଗେ ସତୀ ଆର୍ଯ୍ୟା ନାରୀ
ପୁରିଲା ମିଆଦ ଘୁରି ଗଲା ମଥା
ପିଣ୍ଡୁ ଗଲା ପ୍ରାଣ ଛାଡି ।
ପତି ପିଣ୍ଡ ସତୀ କୋଳରେ ମଣ୍ଡନ୍ତି
ବିକଳରେ ବିଳପନ୍ତି
ସତ୍ୟବାନ ଆତ୍ମା ନେବକୁ ସେଠାରେ
ପହଞ୍ଚିଲେ ଜନ୍ତୃପତି ।
ଅତୀବ ଚାତୁରୀ ବାକ୍ୟେ ମନ ହରି
ତୋଷି ଯମ ରାଜ ମନ
ପାଞ୍ଚ ବର ତାଙ୍କୁ ମାଗିଣ ଘେନିଲେ
ଲେଉଟିଲେ ଜନ୍ତୁ ରାଣ ।
ସ୍ବାମୀଙ୍କ ଔରସୁ ପାଞ୍ଚ ଗୋଟି ପୁତ୍ର
ଲଭିବି କିପରି କୁହ
ଆହେ ଧର୍ମ ପିତା ନିଜ ବାକ୍ୟ ରଖି
ମୋ ପତିଙ୍କୁ ପ୍ରାଣ ଦିଅ।
ସେବା ଭକ୍ତି ଆଉ ସତୀତ୍ୱ ବଳରେ
ଅସାଧ୍ୟ ସାଧନ କରି
ଯୁଗ ଯୁଗ ଲାଗି ଅମର କାହାଣୀ
ରଖିଗଲେ ଆର୍ଯ୍ୟ ନାରୀ ।