Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mallika singh

Others

4  

Mallika singh

Others

ପଶୁପକ୍ଷୀ ଆମ ପରମ ମିତ

ପଶୁପକ୍ଷୀ ଆମ ପରମ ମିତ

1 min
362



ନର ପଶୁ ପକ୍ଷୀ ଉଦ୍ଭିଦ 

ନେ଼ଇ ଜୀବ ଜଗତ 

ଜୀବ ମଧ୍ୟେ ଶ୍ରେଷ୍ଠ ମାନବ

ବୁଦ୍ଧି ବିଚାରବନ୍ତ ।


 ଆଦିମ ମଣିଷ ବଣ ରୁ

ଫଳ ମୂଳ ଖାଇଲା

ଉପକାରୀ ପଶୁ ପକ୍ଷୀ କୁ

ଚିହ୍ନି ପାଖେ ରଖିଲା ।


ଗଧ ପ୍ରୁଷ୍ଠେ ଭାର ବହନ 

ଯାଯାବର ଜୀବନ

ବଞ୍ଚିବା କୌଶଳ ଶିଖିଲା

ସ୍ଥାୟୀ ବସତି ମାନ ।


କ୍ରମାନ୍ୱୟେ ନର ଉନ୍ନତ

ହେଲା ଦିନ କୁ ଦିନ

ଛେଳି ମେଣ୍ଢା ଗାଈ ରଖିଣ

ତା ର ନେଲା ଯତନ ।


ଛୋଟ ବଡ଼ ଜୀବ ସଭିଏଁ

ଆମ ସାଧନ୍ତି ହିତ

ପ୍ରକୃତି ର ଭାର ସାମ୍ୟ କୁ

ରଖନ୍ତି ସନ୍ତୁଳିତ।


କୁକୁର ବିଲୁଆ ଶାଗୁଣା

 ପଚା ମଢ ଖାଆନ୍ତି

ବଣି କାକ ପୋକ ଜୋକ କୁ

ଖାଇ ସଫା କରନ୍ତି ।


ବିରାଡ଼ି ମାରଇ ମୂଷା କୁ

ଘର ଜଗେ କୁକୁର

ଶୁକ କଣ୍ଠେ ରାମ ନାମଟି

ଲାଗେ ଶ୍ରୁତି ମଧୁର ।


କୁକୁଡ଼ା ର ଅଣ୍ଡା ଦେହକୁ

 ହିତ ଅଟେ ଗୋରସ

ଘୃତ ବିନା ଦେବ ମନ୍ଦିରେ

ପୂଜା ନୁହେଁ ସରସ ।


ହାତୀ ବାଘ ସିଂହ ହରିଣ

ଆଦି ବନସ୍ତ ଜୀବ

ଦନ୍ତ ଚର୍ମ ମାଂସ ବଦଳେ

ମିଳେ ଦାମି ବିଭବ।


ବିଷଧର ସର୍ପ ସହିତ

ସରୀସୃପ ଜଗତ

ସେମାନଙ୍କ ଅଂଶ ବିଷେଶୁ  

ମହୋଷଧି ପ୍ରସ୍ତୁତ।


ଟିକରପଡ଼ା ରେ କୁମ୍ଭୀର

ବାଘ ଶିମିଳିପାଳ

ଚନ୍ଦକା ରେ ବନ ପ୍ରକଳ୍ପ

ହାତୀ ଅଭୟାରଣ୍ୟ ।


ବନ ପକ୍ଷୀ ମନ ମୋହନ୍ତି

ଶୁଆ ଶାରୀ କୋଇଲି

ବସିଛି ନୀଳାମ୍ବୁ ଚିଲିକା

ପକ୍ଷୀ ବିହାର ଖୋଲି।


ପ୍ରତ୍ୟକ୍ଷ ହେଉ କି ପରୋକ୍ଷ

ସର୍ବେ ସାଧନ୍ତି ହିତ

ତେଣୁ ପଶୁ ପକ୍ଷୀ ସଭିଏଁ

ଆମ ପରମ ମିତ ।


ପଶୁ ପକ୍ଷୀ ଙ୍କ ର ସୁରକ୍ଷା

ପାଇଁ ବଢ଼ା ଅ ହାତ

ସୁରକ୍ଷିତ ହେଲେ ସେମାନେ

ଆମ ସାଧିବେ ହିତ ।।


Rate this content
Log in