STORYMIRROR

Akshayakumar Dash

Action Classics Inspirational

4  

Akshayakumar Dash

Action Classics Inspirational

ଆରପାରି

ଆରପାରି

1 min
198

ନଈର ଏପାରିରେ ଆମେ

ସେପାରିକୁ ପାରି ହେବା,

ଦିନେ ଯିବା ଆରପାରି

ଏଇନଈ ବିତିଅଛି କେତେ ଦିନରାତି

ବାଲି ଘର ଗଢ଼ିଛି ଭାଙ୍ଗିଛି

ମାଛବି ଧରିଛି

କେତେ ସୃତି ସଂସ୍କୃତି ଡଙ୍ଗାଟି

ଭସାଇ ଦେଇଛି

କବିତା ତୋଳିଛି ।

ବୈଶାଖୀରେ ମଲା ପାଣି

ଆଷାଢ଼ ର ନନୁଆଣି

ଭୁଲି ନପାରିଛି

ଏନଈରେ ମୋର

ଜୀବନ କାହାଣୀଲେଖାଅଛି

ସାଗରକୁ ମିଶିବାକୁ

ନଈପାଣି ଧାଉଛନ୍ତି

ଆହରି କୋଳରେ ବଢିଲି

ଏତେ ନିଜର ହେଲେବି

ବୁଝିନପାରିଲି, କହି ବି ପାରୁନି

କେବେଠାରୁ ଯାଉଅଛୁ ବହି

ବାଲି ଗଣିହେବନାହିଁ

ସମୟର ଅଧୀନରେ ଥାଇ

ଅଶୀମକୁ ବୁଝିପାରେ ନାହିଁ ।।

ଏଇନଈ ହେବଦିନେ

ମଶାଣୀର ଭୂଇଁ

ଜଳିଯିବି ଆଛାତିରେ

ସବଟିଏ ହୋଇ

ଏମିତି ହିସାବ ସବୁ ରଖିଛି ଏ ନଈ

କାହାକୁ କିଛି କହୁନାହିଁ

ପଡ଼ିଅଛି ଅଜଗର ପରି

ଯେମିତି କିଛି ଜାଣିନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action