STORYMIRROR

Hitendra Mohanta

Romance

3  

Hitendra Mohanta

Romance

ଆଞ୍ଜୁଳାଏ ପ୍ରୀତି ମାଗେ

ଆଞ୍ଜୁଳାଏ ପ୍ରୀତି ମାଗେ

1 min
189

କଢ ଗୋଲାପର ମହୁଲି ନିଶାରେ

    ଭାବପ୍ରବଣତା ଜାଗେ

କଷି ଫଗୁଣର ଚଗଲି ତୃଷ୍ଣାରେ

    ଆଞ୍ଜୁଳାଏ ପ୍ରୀତି ମାଗେ ॥


ପ୍ରିୟ‍ ପ୍ରିୟମ୍ବଦା ଚପଳଛନ୍ଦା ସେ

    ବିରହ ବିଧୂର ଭାଙ୍ଗେ

ସୁରଭିକୁ ବାଣ୍ଟେ ଅଜଣା ପୁଲକେ

    ମିଳନ ମଧୁର ସଙ୍ଗେ ॥


ଉଇଁବ ବସନ୍ତ ଛୁଇଁବ ବାସନ୍ତୀ

    ଜ୍ୟୋତ୍ସ୍ନାସିକ୍ତ ମୋହଭଙ୍ଗେ

ସ୍ମୃତିର ଫୁର୍ତ୍ତିରେ ଗୁଞ୍ଜରିତ ପ୍ରେମ

     ରୋମାଞ୍ଚ ଭାବ ତରଙ୍ଗେ ।।


ଫଗୁଣର ମନ ଚଇତି ହୃଦୟ

     ମଳୟ ଗୀତି ଆବେଗେ

ଗୋଲାପ ପରୀ ଗୋ ଗୋଲାପ ଦିବସେ

     ପ୍ରୀତି ଝରାଓ ସୋହାଗେ ॥


Rate this content
Log in

Similar oriya poem from Romance